ରାଜ୍ୟସ୍ତରୀୟ କ୍ୟୁରୋଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତା, ଗଂଜାମକୁ ୪୧ ଟି ସ୍ୱର୍ଣ୍ଣ

ଛତ୍ରପୁର,-: ଗତ ଜାନୁୟାରୀ ୧୬ ରୁ ୧୯ ତାରିଖ ଚତୁର୍ଥ ଦିନ ଧରି କଟକ ସ୍ଥିତ ଜବାହରଲାଲା ନେହୁରୁ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ କ୍ୟୁରୋଗୀ ଓ ପୁମ୍‌ସେ ଟାଏକୋଣ୍ଡ ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଂଜାମ ଜିଲ୍ଲାର ବିଭିନ୍ନ ଏକାଡେମୀରୁ ୬୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଗଂଜାମକୁ ୪୧ ଟି ସ୍ୱର୍ଣ୍ଣ, ୧୪ ଟି ରୌପ୍ୟ ଏବଂ ୧୬ ଟି କାଂସ୍ୟ ପଦକ ମିଳିଥିଲା । ଏଥିସହ ପୁମସେ ବର୍ଗରେ ଉପବିଜେତା ହାସଲ କରିଛି । ଅନ୍ତର୍ଜାତୀୟ ରେଫରୀ ତଥା କୋଚ୍ କେ. ମନୋଜ ପ୍ରଧାନଙ୍କ ନେତୃତ୍ୱରେ ବାହୁ ପ୍ରତିଯୋଗୀ ରାଜ୍ୟ ଟାଏକୋଣ୍ଡରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ସୋମବାର ଛତ୍ରପୁର ଠାରେ ଗଂଜାମ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି, ଡ.ଅନିତା ମିଶ୍ର, ଅମ୍ବିକା ପ୍ରସାଦ, ଇ.ଲଳିତ କୁମାର, ସିଏଚ୍‌. ପ୍ରସାଦ ନାୟକ, ବସୁ ନାୟକ, ଜନଜ କୁମାର ମହାରଣା, ବିକାଶ ଗୌଡ ଓ ସମସ୍ତ ଅଭିଭାବକମାନେ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ