ରାଜ୍ୟସ୍ତରୀୟ ଘରୋଇ ପରି·ରିକାଙ୍କ କର୍ମଶାଳା
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ନ୍ୟାସନାଲ ପ୍ଲାଟଫର୍ମ ଅଫ୍ ଡ଼ୋମେଷ୍ଟିକ୍ ୱାର୍କରସ୍ ତରଫରୁ ଏକ କର୍ମଶାଳା ସ୍ଥାନୀୟ ହୋଟେଲ କେଶରୀଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ନ୍ୟାସନାଲ କନ୍ଭେନର ସୁଭାସ ଭଟ୍ଟନାଗର ଯୋଗଦେଇ କହିଲେ ଯେ, ପ୍ରତ୍ୟେକ ରାଜ୍ୟରେ ଡ଼ୋମେଷ୍ଟିକ ଲେବର ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି ଯାହାକି, ଜାତୀୟ ଆଇନ୍ ହେବା ଦରକାର । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ ନିର୍ମଳାନିକେତନର ଚିନ୍ମୟୀ ସାମଲ ପରି·ଳନା କରିଥିବା ବେଳେ ଅଣ ଅସଂଗଠିତ ଶ୍ରମିକ ସଂଗଠନ ତାମିଲନାଡ଼ୁର ଗୀତା ମ୍ୟାଡ଼ମ ଏବଂ ସେବା ସଂଗଠନର ନଳିନୀ ନାୟକ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ନିଜ ନିଜ ରାଜ୍ୟର ଘରୋଇ ପରି·ରିକାଙ୍କ ସମସ୍ୟା ଉପରେ ମନ୍ତବ୍ୟ ରଖିଥିଲେ । ଘରୋଇ ପରି·ରିକାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ତିଆରି କରିବା ପାଇଁ ଦାବି କରିଥିଲେ । ସେମାନେ କହିଛନ୍ତି ଯେ, ଓଡ଼ିଶା ସମେତ ଝାଡ଼ଖଣ୍ଡ, ଆସାମ ଓ ଛତିଶଗଡ଼ ରାଜ୍ୟରୁ ବହୁ ଝିଅମାନଙ୍କୁ ନେଇ ବଡ଼ ବଡ଼ ସହରମାନଙ୍କରେ ଘରୋଇ ପରି·ରିକା ଭାବରେ କାମ କରାଇବା ସହ ସେମାନଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ବେଳେ ବିନା ଦରମାରେ ଦୀର୍ଘବର୍ଷ ହେଲା ଖଟାଉଛନ୍ତି । ଯଦି ଏହି ଘରୋଇ ଶ୍ରମିକମାନେ କୌଣସି ଅଭିଯୋଗ କରନ୍ତି, ତେବେ ସେମାନଙ୍କୁ ଧମକାଇ ଚୁପ୍ କରାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ବିଧାନ ସଭାରେ ଓ କେନ୍ଦ୍ର ସରକାର କେନ୍ଦ୍ରରେ ଗୋଟିଏ ଆଇନ୍ ପ୍ରଣୟନ କରନ୍ତୁ ଏବଂ ତା ସହିତ ସରକାର ଏକ ନୂତନ ଆଇନ୍ ତିଆରି କରି ଘରୋଇ ପରି·ରିକମାନଙ୍କୁ ନିର୍ଯ୍ୟାତନାରୁ ମୁକ୍ତ କରନ୍ତୁ । ଓଡ଼ିଶାର ଯେଉଁ ସଂଗଠନମାନେ ଘରୋଇ ପରି·ରିକା ସହିତ କାମ କରୁଛନ୍ତି, ସେମାନେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କର ଦାବି ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କର୍ମଶାଳାରେ ଓଡ଼ିଶା ସମେତ ୧୫ଟି ସଂଗଠନ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ନ୍ୟାସନାଲ ପ୍ଲାଟଫର୍ମ ଫର୍ମ ଡ଼ୋମେଷ୍ଟିକ ୱାର୍କରସ୍ ଓଡ଼ିଶା ·ପ୍ଟର ଗଠନ କରାଯାଇ ଏକ ୯ ଜଣିଆ କମିଟି କରାଗଲା । ଏହି କମିଟିରେ ଅଲ୍ ଓଡ଼ିଶା ଘରୋଇ ପରି·ରିକା ମହାସଂଘର ସଭାପତି ପ୍ରତାପ କୁମାର ସାହୁ ସଂଯୋଜକ ଥିବାବେଳେ, ବିଶିଷ୍ଟ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ଅଣସଂଗଠିତ ଶ୍ରମିକ ମଞ୍ଚ, ଓଡ଼ିଶାର ଫୁଲମଣି ପାତ୍ର, ସେବା ଓଡ଼ିଶାର ପରିଲତା ମହାପାତ୍ର, ମା ସମଲେଇ ମହିଳା ସଂଗଠନ ସଭାପତି, ମମତା ପଣ୍ଡା ସମ୍ବଲପୁର, ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦର ରଞ୍ଜୁଲତା ମହାପାତ୍ର, ରାଜଧାନୀ ଶ୍ରମିକ ସଂଘର ମଞ୍ଜୁଳ ମଞ୍ଜରୀ ମିଶ୍ର, କଟକ ହେମନ୍ତ ସାମଲ, ଜିଏସ୍ଏସ୍ ଘରୋଇ ଶ୍ରମିକ ମଞ୍ଚର ସୋଫିନା ମଞ୍ଜ, ରାଉରକେଲା ପ୍ରମୁଖ ସଭ୍ୟ ସଭ୍ୟା ହିସାବର ମନୋନୀତ ହୋଇଥିଲେ । ଏହି ସଭ୍ୟସଭ୍ୟା ରାଜ୍ୟ ସରାକରରେ ଥିବା ବିଧାୟକ, ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କ ସହ ଆଲୋଚନା କରି କିଭଳି ଭାବରେ ରାଜ୍ୟ ଓ କେନ୍ଦ୍ରର ଡ଼ୋମେଷ୍ଟିିକ ଲେବରମାନଙ୍କର ଆଇନ୍ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବେ ।