ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ଆୟୋଜନରେ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେହି ପ୍ରତିଯୋଗିତାରେ ମୋଟ ୧୮୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀମାନଙ୍କୁ ୫ଟି ବର୍ଗରେ ବିଭକ୍ତ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଶାଖାର କନକଲତା ବେହେରାଙ୍କୁ ନୋଡାଲ ଅଫିସର ଭାବେ ଦାୟୀତ୍ୱ ଦିଆଯାଇଥିଲା । ପ୍ରତିଯୋଗିତାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ସଦସ୍ୟା ଲଳିତାଞ୍ଜଳି ଦାସ ସମସ୍ତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶିଶୁ ସୁରକ୍ଷା ଶାଖାର ଅଣଆନୁଷ୍ଠାନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲିକ, ଏଲ.ପି.ଓ ବିବେକାନନ୍ଦ ଅତବୁଦ୍ଧି, ସାମାଜିକ କର୍ମୀ ପ୍ରମୋଦ କୁମାର ସେନାପତି, ଶୁଭଲିପ୍ସା ବାରିକ, ଅନନ୍ତ କିଶୋର ବେହେରା, ଉଷାରାଣୀ ବେହେରା, ରେସୱାର ପରିଚାଳିକା ମିନତୀ ମହାରଣା, ପଲ୍ଲିଶ୍ରୀ ମହିଳା ସମିତିର ପରିଚାଳକ ଶ୍ରୀକାନ୍ତ ନାୟକ, ବିଶ୍ୱଜିତ ପରିଡା, ମନୋଜ ପରିଡା, ଚାଇଲ୍ଡ ଲାଇନ୍ସ ଦଳର ସଦସ୍ୟ ବିକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।