ରାଜ୍ୟସ୍ତରୀୟ ତୁଷାର ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ତୁଷାର ଚାରିଟେବଲ ଟ୍ରଷ୍ଟର ବାର୍ଷିକ ଉତ୍ସବ-୨୦୨୧ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଟ୍ରଷ୍ଟର ନିୟମିତ ଭାବେ ଅନୁଷ୍ଠିତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ଏହି ଧାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ବାଚସ୍ପତି ଏହି ଅବସରରେ ଗୋଲକ ବିହାରୀ ନାୟକଙ୍କ ଅନୁବାଦିତ ‘ଓଡ଼ିଶୀ ଛନ୍ଦରେ ଶ୍ରୀଗୀତଗୋବିନ୍ଦ’ ପୁସ୍ତକର ଶୁଭ ଲୋକାର୍ପଣ କରିଥିଲେ । ପୁସ୍ତକଟି ଲୋକାଦୃତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ବକ୍ତାଭାବେ ଯୋଗଦେଇ କହିଲେ ଯେ, ମୋ ଜାଣିବାରେ ଟ୍ରଷ୍ଟର ସଦସ୍ୟମାନେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମାଜସେବାରେ ନିଜକୁ ମନୋନିବେଶ କରି ଆସିଛନ୍ତି । ଟ୍ରଷ୍ଟ ପରିବାର ସହିତ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ଉଲ୍ଲେଖ କରିବା ସହିତ ଟ୍ରଷ୍ଟ ଦ୍ୱାରା ଆୟୋଜିତ ବହୁବିଧ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅନୁଷ୍ଠାନର କାର୍ଯ୍ୟଧାରାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ଏହାର ସଦସ୍ୟମାନଙ୍କର ନିଷ୍ଠା ଓ ଆନ୍ତରିକତାର ଉଚ୍ଚପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ ଜେନା, ଶଶୀକୁମାର ସାହୁ, ଅର୍ଜୁନ ସାହୁ ଓ ଯୁବ ସମାଜସେବୀ ବିଶ୍ୱରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ଟ୍ରଷ୍ଟର ଉପଦେଷ୍ଟା ନବକିଶୋର ବେହେରା, ବିକାଶ ଚନ୍ଦ୍ର ପଟ୍ଟନାୟକ, ଶିବିର କୁମାର ପରିଡ଼ା, କୋଚ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଐଶ୍ୱର୍ଯ୍ୟା ବେହେରା, ଅବିନାଶ ଦଣ୍ଡପାଟ ଓ ପୂର୍ଣ୍ଣାନନ୍ଦ ମହାନ୍ତି । ଏହି ଅବସରରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ବଳରାମ ମହାନ୍ତି, ପରେଶ ନାୟକ, ପୂର୍ଣ୍ଣ ଦାସ, ସୁମିତ୍ରା ସାହୁ, ରାଜେଶ କୁମାର ସାହୁ, ଚିନ୍ମୟ ପଟ୍ଟନାୟକ, ଲୋହିତ ନାରାୟଣ ମହାପାତ୍ର, ଦେବଦର୍ଶିନୀ ଦେବକୀ ପରିଡ଼ା, ହରପ୍ରସାଦ ମହାପାତ୍ରଙ୍କୁ ତୁଷାରଶ୍ରୀ ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରର ପ୍ରତିଷ୍ଠିତ ଅନୁଷ୍ଠାନ ନୟାପଲ୍ଲୀ ଦୁର୍ଗା ସମିତି, ଫନ୍ ଆଣ୍ଡ ଫିଟନେସ କ୍ଲବ, ନ୍ୟୁ ଏଜି କଲୋନୀ ରେସିଡ଼େନ୍ସ କ୍ଲବ ଏବଂ ଆଚାର୍ଯ୍ୟ ବିହାର ସ୍ପୋର୍ଟସ ଆଣ୍ଡ କଲଚର ଆସୋସିଏସନକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଓଡ଼ିଆ ସଙ୍ଗୀତ ଓ କଳା କ୍ଷେତ୍ରରେ ନିଜର ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ସୌରଭ ନାୟକ, ଅଭିନେତା ନବପ୍ରୀତ ଆରୋରା, ରେଡ଼ିଓ ଜକି ପି.କେ, ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର, ଆରାଧ୍ୟା ମହାପାତ୍ର, ଜିତେନ୍ଦ୍ର ମାହୁନ୍ତ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଶୁଭକାନ୍ତ ମଲ୍ଲିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ମହାମାରୀ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କରୋନା ଯୋଦ୍ଧା ସମ୍ମନାରେ ଡ. ସୂଯ୍ୟାଶ୍ମୀ ସାହୁ, ପ୍ରତାପ ସାହୁ, ଡ. ନିରଜ କୁମାର ପୋଥାଳ, ମିଲନ କୁମାର ବାରିକ, ଦିଲ୍ଲୀପ କୁମାର ଜେନା, ପ୍ରଦୂସ କୁମାର ଜେନା, ସୁମନ୍ତ ସ୍ୱାଇଁ, ମନୋଜ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ମାହେଶ୍ୱତୀ ପାତ୍ର, ରଶ୍ମୀରଞ୍ଜନ ମାର୍ଥା, ମନୋରଞ୍ଜନ ମହାନ୍ତି ଓ ଗୀତାଞ୍ଜଳି ପ୍ରଧାନଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।