ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ , କନ୍ଧମାଳ ରେ ଚାରି ଦିନ ଧରି ଅନୁଷ୍ଠିତ ହେବ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ଭଲିବଲ ଆସୋସିଏସନ ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୁଲ୍ୟରେ ଗୁରୁବାର ୧୧ତାରିଖ ରୁ ୧୪ ତାରିଖ ଯାଏ ଦୀର୍ଘ ୪ ଦିନବ୍ୟାପୀ ଆନ୍ତଃଜିଲ୍ଲା ପୁରୁଷ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମ ଓ ଆଗ୍ରହ ଅlନ୍ତରିକତା ଯୋଗୁଁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ଏହି ପୁରୁଷ ଭଲିବଲ ପ୍ରତିଯୋଗୀତା କନ୍ଧମାଳ ଜିଲ୍ଲାର ୪ଟି ସ୍ଥାନ ଯଥା ଫୁଲବାଣୀ ବାଲିଗୁଡା, ରାଇକିଆ ଓ ଟିକାବାଲି ଠାରେ ଅନୁଷ୍ଠିତ ହେବ। କ୍ରୀଡା ସଂଘ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ଵରେ ଏନେଇ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଘର ବରିଷ୍ଠ ଭପସଭାପତି ଡ.ଅରୂପ କୁମାର ଜେନା, ପ୍ରତାପ କୁମାର ପାତ୍ର, ଅଶୋକ ବେହେରା ସଂପାଦକ ଶିବପ୍ରସାଦ ତ୍ରିପାଠି ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତ। ଉପସ୍ଥିତ ରହି ଖେଳ ଯେପରି ଶାନ୍ତିଶୃଙ୍ଖଳାର ସହ ବ୍ୟବସ୍ଥିତ ପ୍ରକାରେ ହେବ ସେ ନେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଏହି ମ୍ୟାଚରେ ରାଜ୍ୟର ୩୦ଟି ଜିଲ୍ଲାର ପୁରୁଷ ଭଲିବଲ ଟିମ ସହିତ ପାରାଦ୍ୱୀପ ପୋର୍ଟ, କିଟ , ରେଳବାଇ ଭଳି ଅନେକ ନାମୀଦାମୀ ଟିମ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ୩୪ଟି ଦଳକୁ ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି। ବାଲିଗୁଡ଼ା, ଟିକାବାଲି, ରାଇକିଆ ଠାରେ ୩ଟି ଗୁପର ଖେଳ ହେବା ବେଳେ ଆଉ ୩ଟି ଗ୍ରୁପ ଫୁଲବାଣୀ ଠାରେ ହେବ। ସମସ୍ତ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଫୁଲବାଣୀ କରୋନେସନ ପଡିଆ ଠାରେ ଅନୁଷ୍ଠିତ ହେବ । ଏସବୁ ଖେଳ ଦିବାରାତ୍ର ଅନୁଷ୍ଠିତ ହେବ। ଏ ସବୁ ସ୍ଥାନରେ ସାଂସଦ ଡ.ଅଚ୍ଯୁତ ସାମନ୍ତ ତାଙ୍କର ନିଜସ୍ଵ ଉଦ୍ୟମରେ ଆଲୋକ ବ୍ୟବସ୍ଥା କରିଛନ୍ତି । ଏଥି ସହ ଢ଼ାବା ଭଲିବଲ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ । ଏଥିରେ ୨୦ଟି ଦଳ ଦ୍ଭାଗନେବେ । ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୧୨ଟି, ବୌଦ୍ଧ ଜିଲ୍ଲାରୁ ୩ଟି ଭଞନଗର ୨, ଦଶପଲାରୁ ୩ ଟିଦଳ ଅଂଶଗ୍ରହଣ କରିବେ । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଗ୍ରହ, ଆନ୍ତରୀକତା ଓ ଉଦ୍ୟମ ଯୋଗୁ କନ୍ଧମାଳ ପରି ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମ୍ଭବ ହୋଇଛି । ଏଭଳି ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ଜିଲ୍ଲାରେ ପ୍ରଥମକରି ହେଉଥିବାରୁ ଜିଲ୍ଲାବାସୀ, କ୍ରୀଡ଼ାପ୍ରେମୀ, ବୁଦ୍ଧିଜିବୀ ପ୍ରମୁଖ ବେଶ ଖୁସି ବ୍ୟକ୍ତ କରିବା ସହିତ ଖେଳର ମଜା ଉଠାଇବେ ବୋଲି ପ୍ରକାଶ କରିଛନ୍ତି ।