ରାଜ୍ୟସ୍ତରୀୟ ଦୁଇଦିନିଆ ଓପେନ୍ ଟାଇକୋଣ୍ଡ ଚମ୍ପିୟାନସିପରେ କନ୍ଧମାଳକୁ ୩୬ ଟି ପଦକ ବିଜୟୀ
ଦାରିଙ୍ଗବାଡ଼ି ସ୍ଥିତ କନ୍ଧମାଳ ଟାଇକୋଣ୍ଡ ଆସୋସିଏସନର ଛାତ୍ରଛାତ୍ରୀ ବ୍ରହ୍ମପୁରରେ ଆୟୋଜିତ ରାଜ୍ୟସ୍ତରୀୟ ଦୁଇଦିନିଆ ଓପେନ୍ ଟାଇକୋଣ୍ଡ ଚମ୍ପିୟାନ-୨୦୧୯ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେଥିରୁ ୧୨ଟିସ୍ୱର୍ଣ୍ଣ, ୯ଟିରୌପ୍ୟ ଓ ୧୫ଟିକାଂସ୍ୟ ସହ ୩୬ଟି ପଦକ ବିଜୟୀ ହୋଇଥିବା ଆସୋସିଏସନର କୋଚ୍ ତଥା ଜାତୀୟ ସ୍ତରୀୟ ରିଫେରି ଦାରାସିଂ ପରିଛା ପ୍ରକାଶ କରିଛନ୍ତି । ସବଜୁନିୟର ରେଗୁଲାର(ପୁରୁଷ) କ୍ୟୁରୁଗିରେ ଚାରିଜଣ ସ୍ୱର୍ଣ୍ଣ, ଚାରିଜଣ ରୌପ୍ୟ ଓ ଦୁଇ ଜଣକାଂସ୍ୟ ପଦକ ପାଇଥିଲା ବେଳେ ସିନିୟର ରେ ରୌପ୍ୟରେ ଜଣେ ରହିଛନ୍ତି । ସେହିପରି ସବଜୁନିୟର ପ୍ରେସର(ପୁରୁଷ) କ୍ୟୁରୁଗିରେ ପାଞ୍ଚଜଣ ସ୍ୱର୍ଣ୍ଣ, ଦୁଇଜଣ ରୌପ୍ୟ ଓ ନଅ ଜଣକାଂସ୍ୟ ପଦକ ପାଇଥିଲା ବେଳେ ସିନିୟର ରେ କାଂସ୍ୟରେ ଜଣେ ଓ ଦୁଇ ଜଣ ମହିଳା କାଂସ୍ୟ ପଦକ ରହିଥିବା ଜଣାପଡ଼ିଛି ।ଆଠ ବର୍ଷରୁ କଣ ବୟସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ,ଗୁମସିରେ ଦୁଇ ଜଣ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଥିବା କହିଛନ୍ତି । ଏହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।