ରାଜ୍ୟସ୍ତରୀୟ ଦୁଇ ଦିନିଆ ବାଳବିକାଶ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଛତ୍ରପୁର : ଶ୍ରୀସତ୍ୟସାଇ ସେବାସମିତି ଆନୁକୂଲ୍ୟରେ ସତ୍ୟସାଇ ବିଦ୍ୟା ଭବନ ପରିସରରେ ରାଜ୍ୟସ୍ତରୀୟ ଦୁଇଦିନିଆ ବାଳବିକାଶ ଗୋଷ୍ଠୀ କାର୍ଯ୍ୟକଳାପ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ବାଳ ବିକାଶ ସଂଯୋଜକ ଡଃ. ଅଶୋକ କୁମାର ହେତା, ଜିଲ୍ଲା ସଭାପତି ଏମ୍. ଗୋପାଳରାଓ, ଜିଲ୍ଲା ଶିକ୍ଷାସଂଯୋଜିକା କୁମାରୀ ଜୟଶ୍ରୀ ପଟ୍ଟନାୟକ, ଶ୍ରୀ ସତ୍ୟସାଇ ସେବାସମିତିର ଆବାହକ ଇ. ପ୍ରସାଦ କୁମାର ପ୍ରମୁଖଯୋଗ ଦେଇ ଶିବିରକୁ ଶୁଭାରମ୍ଭ କରିଥିବା ବେଳେ
କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷାସଂଯୋଜିକା ଡ. ନୟନତାରା ଛୋଟରାଏ ଯୋଗ ଦେଇ ପ୍ରଶିକ୍ଷଣରେ ଅଂଶ ଥିବା ବାଳବିକାଶ ଗୁରୁଜୀ ଗୁରୁମା ମାନେ କୁଇଜ, ଭେଲ୍ୟୁଗେମ୍, କ୍ରିଏଟିଭ୍ରାଇଟିଂ ପ୍ରଭୃତିରେ ଅଂଶ ଗ୍ରହଣକରିବେ । ପରେ ଭଜନ ଅନ୍ତାକ୍ଷରୀ ଓ ଗଳ୍ପକଥନ ଅନୁଷ୍ଠିତହେବ । ସାଧନ କର୍ମୀମାନେ ଦଳଗତ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେବୁଝାଇବା ସହ ପିଲା ଓ ଅଭିଭାବକଙ୍କୁ ନେଇ କିପରି ଦଳଗତ କାର୍ଯ୍ୟକ୍ରମ କରାଯିବ ସେସଂପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସଫଳକରିବା ପାଇଁ ଶ୍ରୀ ସତ୍ୟସାଇ ସେବାସମିତିର ଶ୍ୟାମସୁନ୍ଦର ପଟ୍ଟନାୟକ, ମଧୁସୁଦନ ସାହୁ, ଏଲ୍ . କେ. ପଟ୍ଟନାୟକ, ନିଲୁ ପଟ୍ଟନାୟକ, ମିଡିଆସଂଯୋଜକ ପ୍ରଫୁଲକୁମାର ପାଣିଗ୍ରାହୀ, ବୁଲୁ ପଟ୍ଟନାୟକ, ବାବୁରାଓଙ୍କ ସମେତ ଶ୍ରୀ ସତ୍ୟସାଇ ବିଦ୍ୟାଭବନର ସମସ୍ତ ଗୁରୁମା, ସମିତିର ସମସ୍ତସଭ୍ୟ/ସକ୍ରିୟ କର୍ମୀ ମାନେ ସହଯୋଗ କରିଥିଲେ ।