ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରର ଖେଳାଳି
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ରାଣୀପାଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ଛାତ୍ରଙ୍କ ସଫଳତା କାମନା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର କିଟ୍ସ କ୍ୟାମ୍ପସରେ ବୁଧବାରଠାରୁ ଆରମ୍ଭ ହୋଇଛି । ଏଥିରେ ସମଗ୍ର ରାଜ୍ୟରେ ୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ରାଣୀପାଟଣା ଦୃ୍ଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଶେଖର ପ୍ରଧାନ, ଦେବଦତ୍ତ ବେହେରା, ରବୀନ୍ଦ୍ର ମୁର୍ମୁ, ପହଲା ମୁର୍ମୁ, ଯୁଗଳ ଯାବି, ରଜ ମାରାଣ୍ଡି, ସାମ୍ରାୟ ମାରାଣ୍ଡି, ସମର୍ଜିତ ବେହେରା, ରୁହିଆ ଟୁଡୁ, ଲାବଣ୍ୟ ପାତ୍ର, ଗୋରା ହେମ୍ରମ, ଦୁର୍ବା ମୁର୍ମୁ, ରାଜୁ ବେହେରା ଓ ଚନ୍ଦନ ସୋରେନ ଭାଗ ନେଇଛନ୍ତି । ସେମାନଙ୍କ ସହ କୋଚ ପ୍ୟାରୀ ମୋହନ ଭୂୟାଁ ଓ ମ୍ୟାନେଜର ଜିତେନ୍ଦ୍ର ଦାସ ଛାତ୍ରଙ୍କ ସହ ଭୁବନେଶ୍ୱର ଯାଇଛନ୍ତି । ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଅନୁଷ୍ଠିତ ହେବ । ତେବେ ଯାତ୍ରା ପୂର୍ବରୁ ଖେଳାଳିଙ୍କୁ ରାଣୀପାଟଣା ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଦିବାକର ସ ଓ ଉଦେଷ୍ଟା ସୁବ୍ରତ କର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିଲେ ।


