ରାଜ୍ୟସ୍ତରୀୟ ପ୍ରାଚୀ ମହୋତ୍ସବ ଉଦଘାଟିତ
ନିମାପଡ଼ା, (ସନ୍ତୋଷ କୁମାର ଦାଶ): ପ୍ରାଚୀ ପ୍ରଙ୍ଗ୍ୟା ପରିଷଦ ପକ୍ଷରୁ କଟକ ଜିଲ୍ଲା କୁରାଙ୍ଗ ଶାସନ ସ୍ଥିତ ହୋଟେଲ ଆମ୍ରପଲ୍ଲୀ ପରିସର ରେ ରାଜ୍ୟସ୍ତରୀୟ ପ୍ରାଚୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ବେଦାନ୍ତ ସନ୍ଥ ସ୍ଵାମୀ ଭଗବତାନନ୍ଦ ସରସ୍ବତୀ
ଏହି ତିନି ଦିନିଆ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରିଷଦର ସଭାପତି ପ୍ରାଚୀ ଗବେଷକ ହଂସନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ମନ୍ଦିରର ଚୂନରା ସେବକ ଡାକ୍ତର ଶରତ କୁମାର ମହାନ୍ତି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଵାମୀ ତ୍ରୀଲୋକେଶ୍ୱର ଭାରତୀ, ବିଶିଷ୍ଟ ଐତିହାସିକ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ
ପୁଣ୍ୟତୋୟା ପ୍ରାଚୀ ନଦୀର ଐତିହ୍ୟ, ଗାରିମା ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ରାଚୀ ନଦୀର ସୁରକ୍ଷା ପାଇଁ ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି ବୋଲି ମତ ପ୍ରକାଶ କରିଥିଲେ।
ନୃତ୍ୟଗୁରୁ ସୁଶାନ୍ତ କୁମାର ଦାଶ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରିଷଦର ଟ୍ରଷ୍ଟି ଅଶ୍ଵିନୀ କୁମାର ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅନୁପ ସାସମଲ ବିବରଣୀ ପାଠ କରିଥିଲେ। ଆଇନଜିବୀ କବି ନାରାୟଣ ଜେନା ସଭାକୁ ସଞ୍ଚାଳନ କରିଥିବାବେଳେ ସ୍ତମ୍ଭକାର ଶ୍ରୀ ସନ୍ୟାସୀଜୀ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପରିଷଦର ବାର୍ଷିକ ମୁଖପତ୍ର ପ୍ରାଚୀ ପ୍ରତିଭାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ କ୍ରୀଡାବିତ ପ୍ରଦୀପ ଚନ୍ଦ୍ର ପଣ୍ଡା, ଇ.ଅଭିଷେକ ମେମୋରିଆଲ ଟ୍ରଷ୍ଟକୁ ସମ୍ମାନିତ କରାଯାଇଥିଲା। ଶେଷରେ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ପରିଷଦର ଟ୍ରଷ୍ଟି ଅଶ୍ଵିନୀ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।