ରାଜ୍ୟସ୍ତରୀୟ ବର୍ଯ୍ୟବସ୍ତୁ ପରିଚାଳନା କମିଟି ଛତ୍ରପୁର ସହର ପରିଦର୍ଶନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଏବେ ଆଦର୍ଶ ସହର ହେବାକୁ ଯାଉଛି । ସବୁଜ ଆଦର୍ଶ ସହର ପାଇଁ ଓଡିଶା ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଢେଙ୍କାନାଳ, ଯାଜପୁର ଏବଂ ଛତ୍ରପୁର ତିନୋଟି ସହର ସ୍ଥାନ ପାଇଛି । ଏଭଳି ସୂଚନା ପାଇବା ପରେ ଛତ୍ରପୁର ସହରବାସୀ ଉତ୍ସାହ ପ୍ରକାଶ କରିଛନ୍ତି । ସେହିପରି ସବୁଜ ଆଦର୍ଶ ସିଟି ଭାବେ ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱର, ରାଉରକେଲା ଏବଂ ବ୍ରହ୍ମପୁର ତିନୋଟି ସିଟି ସ୍ଥାନ ପାଇଛି । ଏନେଇ ଜାତୀୟ ଗ୍ରୀନ୍ ଟ୍ରୁବ୍ୟୁନାଲ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟଳୟ ଗଠନ କରିଥିବା ରାଜ୍ୟସ୍ତରୀୟ ବର୍ଯ୍ୟବସ୍ତୁ ପରିଚାଳନା କମିଟି ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । କମିିଟିର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜଜ୍ ପି.କେ.ମହାନ୍ତିଙ୍କ ନେତୃତ୍ୱରେ ଏହି କମିଟିରେ ପ୍ରଦୁର୍ଷଣ କଂଟ୍ରୋଲର ସଚିବ ଦେବିଦତତ୍ତ ବିଶ୍ୱାଳ, ରାଜ୍ୟ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମ ଜିତ୍ ନାୟକ, ସ୍ୱାସ୍ଥ୍ୟ ବିଭାଗର ସଚିବ ଡ.ପ୍ରମୋଦ କୁମାର ମେହେର, ପରିବେଶ ବିଭାଗର ସଚିବ ସୁରେଶ ମହାପାତ୍ରଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଡୁଡା ପିଡି ସବ୍ୟସାଚି ହୋତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଆଜି ପ୍ରଥମେ ବ୍ରହ୍ମପୁର ମହାନଗରକୁ ପରିଦର୍ଶନ କରି ସେଠାରେ ବର୍ଯ୍ୟବସ୍ତୁ ପରିଚାଳାନର ସମସ୍ତ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ । ପରେ ଛତ୍ରପୁର ସ୍ଥିତ ସର୍କିଟ ଗୃହ ଠାରେ ଏକ ସମୀକ୍ଷା ହୋଇଥିଲା । ଛତ୍ରପୁର ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ଛତ୍ରପୁର ସହରର ବର୍ଯ୍ୟବସ୍ତୁ ପରିଚାଳନା ଏବଂ କମ୍ପଷ୍ଟ ପିଟ୍ ଉପରେ ସମସ୍ତ ବିଷୟକୁ ଉପସ୍ଥାପନା କରିଥିଲେ । ଏହାପରେ ଏହି କମିଟି ଛତ୍ରପୁର ସହର ସର୍ବସାଧାରଣ ନିମନ୍ତେ ନିର୍ମାଣ ହୋଇଥିବା ଶୌଚାଳୟ, ପରିବା ମାର୍କେଟ ପରିଦର୍ଶନ କରିଥିଲେ । ପରିବା ମାର୍କେଟ ଠାରେ କମ୍ପଷ୍ଟ ପିଟ୍ ହୋଇଥିବା ଏହି କମିଟି ଦେଖିଥିଲେ । ଆଗକୁ ମଧ୍ୟ ଛତ୍ରପୁର ଏନ୍ଏସି ୧୦୦ ଟି କମ୍ପଷ୍ଟ ପିଟ୍ କରିବାର ରହିଛି । ଏହାସହିତ ନୂଆଗାଁ ସ୍ଥିତ ଜାତୀୟ ରାଜପଥ କଡରେ କମ୍ପଷ୍ଟ ପ୍ଲାଂଟଣ୍ଟ ପାଇଁ ଜାଗା ଚିହ୍ନଟ କରିଛି । ବର୍ତମାନ ଛତ୍ରପୁର ସହରର ଘରେ ଘରେ ସଂଗ୍ରହ କରାଯାଉଥିବା ମଇଳା ଅବର୍ଜନାକୁ ବ୍ରହ୍ମପୁର ମଉଡା ସ୍ଥିତ କମ୍ପଷ୍ଟ ପ୍ଲାଣ୍ଟକୁ ପଠାଇବାର ବ୍ୟବସ୍ଥା କରିବେ । ଏଥିସହ ପ୍ରତ୍ୟେକ ଘରେ ଅଲଗା ଅଲଗା ବର୍ଗର ମଇଳା ସଂଗ୍ରହ କରିବା ଡଷ୍ଟବିନ୍ ଦିଆଯିବ । ସେହିପରି ବ୍ୟବସାୟୀ ତଥା ଦୋକାନମାନେ ନିଜେ ଡଷ୍ଟବିନ୍ ରଖି ମଇଳା ରଖିବା ବ୍ୟବସ୍ଥା କରିବେ । ସହରରେ କମ୍ପଷ୍ଟ ପିଟ୍ରେ ବର୍ଯ୍ୟବସ୍ତୁ ପରିଚାଳନା ନିମନ୍ତେ ଗୋବର ଏବଂ ଭ୍ରମ୍ପି କମ୍ପଷ୍ଟ ଛଡାଯିବ ସେଗୁଡିକ ଖତ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ