ରାଜ୍ୟସ୍ତରୀୟ ବାରବାଟି କ୍ରିକେଟ.. ରାଇଜିଂଷ୍ଟୁଡେଣ୍ଟ୍ ଫାଇନାଲ ରେ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ବାରବାଟି କ୍ରିକେଟ କପ୍ ତଥା ଦ୍ବିତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ ତଥା ଦ୍ବିତୀୟ ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ ଭୁବନେଶ୍ୱରର ପ୍ରଗତି ସ୍ପୋଟିଙ୍ଗ ଓ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟସ୍।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ପ୍ରଗତି ପଡିଆକୁ ଓହ୍ଲାଇ ନିର୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୬୭ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଶୁଭମ୍ ନାୟକ ୪୯ରନ୍ ଓ ସୁକାନ୍ତ ହାତି ୩୦ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ସୋମେନ୍ ଚାନ୍ଦ ୬ଓଭର ବୋଲିଙ୍ଗ କରି ୩୯ରନ୍ ଦେଇ ୪ଟି ଉଇକେଟ୍ ଓ ରମେଶ ବେହେରା ୬ଓଭର ବୋଲିଙ୍ଗ କରି ୩୧ରନ୍ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ।ଜବାବରେ ରାଇଜିଙ୍ଗ ଷ୍ଟୁଡେଣ୍ଟସର ଅଭିଷେକ ଯାଦବ ୧୦୫ ଓ ଗିରିଜା ବାରିକଙ୍କ ୩୩ ରନ୍ ଯୋଗୁଁ ଦଳ ୨୪ଓଭରରେ ୬ଉଇକେଟ ହରାଇ ୧୬୮ରନ୍ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବୋଲର ଟୁକୁନା ସାହୁ ୬ଓଭର ବୋଲିଙ୍ଗ କରି ୧୯ରନ୍ ଦେଇ ୨ଟି ଓ ରଘୁନାଥ ମଲ ୬ଓଭର ବୋଲିଙ୍ଗ କରି ୨୬ ରନ୍ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ।ରାଇଜିଙ୍ଗ ଷ୍ଟୁଡେଣ୍ଟସ୍ ୪ଉଇକେଟରେ ପ୍ରଗତିକୁ ହରାଇ ଫାଇନାଲରେ ପ୍ରବେଶ କରିଛି।ଅମ୍ପାୟାର ସତେନ୍ଦ୍ର ମୋହନ ମହାନ୍ତି ଓ ନିର୍ମଳ ମିଶ୍ର ମ୍ୟାଚ ପରିଚାଳନା କରିଥିଲେ।ଅଭିଷେକ ଯାଦବ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସସ୍ମିତା ସାହୁ ଯୋଗଦେଇଥିଲେ।ଆସନ୍ତା କାଲି ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେଇଥିବାବେଳେ ୧୧ତାରିଖରେ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟସ୍ ଓ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ