ରାଜ୍ୟସ୍ତରୀୟ ମଧୁସୂଦନ ରାଉତ ସ୍ମାରକୀ ଭଲିବଲ ପ୍ରତିଯୋଗିତା
ଯାଜପୁର: ଯାଜପୁର ଦଶରଥପୁରଠାରେ ବିରିପଟା ଭଲିବଲ ସଂଘ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ମଧୁସୂଦନ ରାଉତ ସ୍ମାରକୀ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚକୁ ବିଂଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉଦଘାଟିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଶଶଧର ମେଦିନ ସିଂହ ମହାପାତ୍ର, ସରୋଜ ମହାପାତ୍ର, ସରପଞ୍ଚ ମନୋରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଫାଇନାଲରେ ବାଲେଶ୍ଵରର ଦି ସ୍ପୋର୍ଟସ୍ ହଷ୍ଟେଲ ଭଲିବଲ ଟିମ୍ ବିଜୟ ଲାଭ କରିଥିଲା, କ।ର୍ଯ୍ୟକ୍ରମକୁ ବିରିପଟା ଭଲିବଲ ସଂଘର ସଭ୍ୟ ପ୍ରଫୁଲ୍ଲ କୁମାର ନାଥ, ମନୋଜ କୁମାର ଧଳ, ସର୍ବେଶ୍ଵର ସେନାପତୀ ପ୍ରମୁଖ ପରିଚାଳନା କରିଥିଲେ ।