ରାଜ୍ୟସ୍ତରୀୟ ମେଧାବୃତ୍ତି ସମ୍ବର୍ଦ୍ଧନା ସମାରୋହ-୨୦୧୯
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): କାନନ ବିହାରସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ, ଭୁବନେଶ୍ୱର ପ୍ରାୟୋଜିତ ରାଜ୍ୟସ୍ତରୀୟ ମେଧାବୃତ୍ତି ସମ୍ମାନ ସମାରୋହ ଉତ୍ସବରେ ଭକ୍ତମଧୁ ଶିକ୍ଷାକେନ୍ଦ୍ରକୁ ସଫଳତା ମିଳିଛି । ଉକ୍ତ ଶିକ୍ଷା କେନ୍ଦ୍ରର ଛାତ୍ରୀ ସୁନିତା ସ୍ୱାଇଁ ଓ ଯଶସ୍ୱନୀ କାଣ୍ଡି ସମ୍ମାନିତ ହୋଇଛନ୍ତି । ଇତ୍ୟବସରେ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ଦାଶଙ୍କୁ ମଧ୍ୟ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଶିକ୍ଷାଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିବାରୁ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ ଓ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।