ରାଜ୍ୟସ୍ତରୀୟ ଯୁବ ସଂସଦ ଉତ୍ସବ : ଖୋର୍ଦ୍ଧା ଜିଲ୍ଲାର ଆଦିତି ବେହେରା ପ୍ରଥମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟସ୍ତରୀୟ ଯୁବ ସଂସଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ଏହି ଯୁବ ସଂସଦ ଉତ୍ସବରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ସର୍ବମୋଟ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ବିଷୟବସ୍ତୁ ରହିଥିଲା-ସବ୍କା ସାଥ୍, ସବ୍କା ବିକାଶ ଔର ସବ୍କା ବିଶ୍ୱାସ, ସଂକଳ୍ପ ସେ ସିଦ୍ଧି, ଏକ ଭାରତ ଶ୍ରେଷ୍ଠ ଭାରତ, ବେଜ୍ ସେ ବଜାର ତକ୍ ଆଣ୍ଡ ଲ୍ୟାବ୍ ଟୁ ଲ୍ୟାଣ୍ଡ-ହର କ୍ଷେତ କୋ ପାନି ଆଣ୍ଡ୍ ପର ଡ୍ରପ୍ ମୋରକ୍ରପ, ମେକ୍ ଇନ୍ ଇଣ୍ଡିଆ, ଖେଲୋଇଣ୍ଡିଆ, ଷ୍ଟାଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ ଇଣ୍ଡିଆ । ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ଆଦିତି ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବରଗଡ଼ ଜିଲ୍ଲାର ଶ୍ରୁତି ଚୌଧୁରୀ ଦ୍ୱିତୀୟ, କଳାହାଣ୍ଡି ଜିଲ୍ଲାର ରୁଚିସ୍ମିତା ନାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଜାତୀୟସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେବେ । ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ୨ ଲକ୍ଷ, ୧.୫ ଲକ୍ଷ, ୧ ଲକ୍ଷ ଅର୍ଥରାଶି ସହ ମାନପତ୍ର ଏବଂ ୨ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।