ରାଜ୍ୟସ୍ତରୀୟ ଲନବଲ୍ସ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦଚନ୍ଦ୍ର ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ନିକଟ ଅତୀତରେ ବଲାଙ୍ଗୀର ଜିଲ୍ଲାରେ ଲନବଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ପ୍ରାପ୍ତ ହୋଇ ଫେରିଆସିଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗୀମାନେ ଗୋଟିଏ ସ୍ୱର୍ଣ୍ଣ ପାଞ୍ଚଟି ରୋପ୍ୟ ଏବଂ ଛ ଗୋଟି କାଂସ୍ୟ ପଦକ ହାସଲ କରିଥିବାରୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ସ୍ଥାୟୀ ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ପ୍ରେସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓକିଲ ସଂଘ ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସାମ୍ବାଦିକ ଆଶିଷ ସେନାପତି, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ କମିଟି ଉପସଭାପତି ଧିରେନ୍ଦ୍ର ଦାସ, ଗଗନ ବିହାରୀ ଜେନା, ରମାକାନ୍ତ ସ୍ୱାଇଁ,ଶାନ୍ତି ସ୍ୱରୂପ ଭୂୟାଁ, ମାନସ ରଞ୍ଜନ ଧଳ,ଇତିହାସ ଲେଙ୍କା, ନିରଞ୍ଜନ ବଳ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ସତ୍ୟପ୍ରିୟ ଦାସ, ସମ୍ବିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ କୋଚ ସେକ ସୈାକତ ଖାଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ଗ୍ରହଣ କରି ରାଜ୍ୟସ୍ତରରେ ସୁନାମ ଅର୍ଜନ କରି ପୁରସ୍କୃତ ହୋଇଥିବା ସେକ ଅବ୍ୱୁଦ ଦଲାଲ- ସ୍ୱର୍ଣ୍ଣ ପଦକ, ରାବେୟା ଫିରବେନ, ଦୀପ୍ତିରାଣୀ ସାହୁ, ସୁଲତାନ ବେଗମ, ସୁସ୍ମିତା ସେଠୀ, ସୁଇଟ ରଣା ପ୍ରମୁଖ – ରୋପ୍ୟ ପଦକ ଓ ସୋହାନା ପରମିନ, ଉଷାରାଣୀ ଦାସ, ମମତା ପ୍ରିୟଦର୍ଶନୀ ବେହେରା, ଜୟସ୍ମିତା ଦାସ, ସେକ ଜରାଫତ, ସରୋଜ କୁମାର ଲୁଗୁନ ପ୍ରମୁଖ ପ୍ରତିଯୋଗୀମାନେ ବ୍ରୋଂଜ ପଦକ ପାଇଛନ୍ତି । ସମ୍ପାଦକ ନିଗମାନନ୍ଦ ଆଚାର୍ଯ୍ୟ, ସଭାପତି ଇମତିୟାଜ ଅଲ୍ଲୀ, ଟିମ ମ୍ୟାନେଜରଜୀବନଜ୍ୟୋତି ନାୟକଙ୍କୁ ଏଥିପାଇଁ କୃତଜ୍ଞତା ଅର୍ପଣ କରାଯାଇଥିଲା । ସର୍ବଶେଷରେ ଧରଣୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।