ରାଜ୍ୟସ୍ତରୀୟ ସାରଙ୍ଗଧର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଦ୍ୱିତୀୟ ଦିନରେ କଟକର ବେଲିଆପାଳ ବିଜୟୀ

ଢେଙ୍କାନାଳ, (ତାପସଦାସ):ହରେକୃଷ୍ଣପୁର ସାରଙ୍ଗଧର ସେବା ପରିଷଦ ଦ୍ୱାରା ଆୟୋଜିତ ସାରଙ୍ଗଧର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ କିଆଝର କପ୍ ର ଦ୍ୱିତୀୟ ଦିନରେ ବେଲିଆପାଳ କଟକ ଓ ବିଡାନାସୀ ମଧ୍ୟରେ ଅନୁଷ୍ଠିତ ହେଇଥିଲା l ବେଲିଆପାଳ ବିଜୟ ଲାଭ କରିଛି । ନିର୍ଧାରିତ ୨୦ ଓଭର ରେ ବିଡାନାସୀ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ, ଜବାବ ରେ ବେଲିଆପାଳ କଟକ ଦଳ ୧୮.୧ ଓଭରରେ ୮ ଗୋଟି ୱିକେଟ ବିନିମୟରେ ୧୪୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ବେଲିଆପାଳ ପକ୍ଷରୁ ମୁସ୍ତାକ ବେଗ ୪ ଓଭର ରେ ମାତ୍ର ୭ ରନ ଦେଇ ୪ ଗୋଟି ୱିକେଟ ନେଇ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ ।ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ବିଶିଷ୍ଟ ସମାଜସେବୀ ତଥା ଆମ୍ ଆଦମୀ ପାର୍ଟିର ରାଜ୍ୟ ସମ୍ପାଦକ ଭରତ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଆପ୍ ର ଜିଲ୍ଲା ସଭାପତି ପଙ୍କଜ ନାୟକ ଯୋଗ ଦେଇ ଖେଳାଳି ମାନକୁ ଉତ୍ସାହିତ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ଦାସ ଗଡଜାତ ଗାନ୍ଧୀ ସ୍ୱର୍ଗତ ସାରଙ୍ଗଧର ଦାସଙ୍କ ବିଷୟରେ ଆଲୋକପାତ କରିଥିଲେ । ହିମାଂଶୁ ଶେଖର ଦାସ ଓ ଅନିଲ କୁମାର ସେଠି ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଂ ରେ ଦିପୁନ ମିଶ୍ର ଓ ରଂଜିତ ବିଶ୍ୱାଳ ଏବଂ କୁନା ପୁହାଣ,ସୁଜିତ ରାଜ ଓ ବିଶ୍ୱଜିତ ନାୟକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ୨୩ ତାରିଖ ର ମ୍ୟାଚ ଯାଜପୁର ଓ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ