ରାଜ୍ୟସ୍ତରୀୟ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ଅଗ୍ନିସ୍ପୁଲିଙ୍ଗ ରାଉରକେଲା ଓ ଓଡିଶା ପୂଜ୍ୟପୂଜା ପରିଷଦ କଟକର ମିଳିତ ଆନୁକୁଲ୍ୟରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ୪୫ତମ ରାଜ୍ୟସ୍ତରୀୟ କବି, ଲେଖକ ଓ କଳାକାର ସମାବେଶ ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ନିଳଗିରିର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ରାଣୀ ସାହେବା ମନୋଜା ମଞ୍ଜରୀ ଦେବୀ ଉଦଘାଟନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ରଜତ କୁମାର କର, ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ତଥା ପ୍ରାକ୍ତନ ସାଂସଦ ଡଃ.ପ୍ରଶନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟବକ୍ତା ଭାବେ ଡଃ. ହୁସେନ ରବି ଗାନ୍ଧୀ ଓ ସମ୍ମାନୀତ ବକ୍ତା ଭାବେ ଗୋପିନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆମ ଓଡିଶାର ସଂସ୍କୃତି ଓ ଐତିହ ସମ୍ପର୍କରେ ବହୁ ମୁଲ୍ୟବାନ ବକ୍ତବ୍ୟ ଓପସ୍ଥାପନ କରିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡାର ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, କେଶବ ସେଠୀ, ନିକୁଞ୍ଜ ବିହାରୀ ପୃଷ୍ଟି, ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, କବି ଶ୍ରୀଧର ମହାନ୍ତି, ମନୋଜ ଦାସ, ଚାରୁଲତା ଭୁୟାଁ, ମେଜର ଭରତଚନ୍ଦ୍ର ଜେନା, ଗୀତାଞ୍ଜଳୀ ସାହୁ, ଅନିତା ପୃଷ୍ଟି, ଯାମିନି ଦାସ ପ୍ରମୁଖଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ସମଗ୍ର ଓଡିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା କବି, କବୟତ୍ରୀ, ଲେଖକ, ଲେଖିକା, କଳାକାର, ବୃତ୍ତି ଶିକ୍ଷକ ଓ ପରିବେସବୀତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ