ରାଜ୍ୟସ୍ତରୀୟ ସ୍କୁଲ କ୍ରୀଡାରେ ସରୋଜଙ୍କ କୃତିତ୍ୱ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ୬୫ତମ ରାଜ୍ୟ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାର ହାଇଜମ୍ପ ଇଭେଂଟରେ କେନ୍ଦ୍ରାପଡା କଲେଜର ଛାତ୍ର ସରୋଜ କୁମାର ଲୁଗୁନ ପ୍ରଥମ ସ୍ଥାନ ଅଧିକାର କରି କଲେଜ ତଥା ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । କେନ୍ଦ୍ରାପଡା ଜୁନିଅର କଲେଜର +୨ କଳା ପ୍ରଥମ ବର୍ଷର ଛାତ୍ର ସରୋଜ କୁମାର ଲୁଗୁନ ବାଲେଶ୍ୱର ଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍କୁଲ ଆଥଲେଟିକ ମିଟରେ ହାଇଜମ୍ପରେ ୧.୬୫ମିଟର ଉଚ୍ଚତା ଡେଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରି ସାର୍ଟିଫିକେଟ ଓ ଗୋଲ୍ଡ ମେଡାଲ ପାଇଛନ୍ତି । ଏଥିନିମନ୍ତେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ,କୋଚ ସୈାକତ ଖାନ ଓ ସେକ ଆବାସ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି ।


