ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ ବନମାଳୀ ନାୟକଙ୍କ ଦ୍ୱାରା ସତସ୍ତରୀତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ସଂଘର ବହୁ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ରାଧାଗୋବିନ୍ଦ କୋଇଲା ମୁଖ୍ୟଅତିଥି ରୂପେ ଯୋଗ ଦେଇ ସ୍ୱାଧୀନତାପ୍ରାପ୍ତିର ଐତିହ୍ୟ, ପୂର୍ବପୁରୁଷଙ୍କ ତ୍ୟାଗ ଏବଂ ବିଶେଷ କରି ଉତ୍କଳ ସନ୍ତାନ ଓ ଉତ୍କଳ ଭୂମିର ସ୍ୱାଧୀନତା ସଂଗ୍ରାମ ପାଇଁ ସ୍ୱେଚ୍ଛାକୃତ ବଳିଦାନର ବହୁ ତଥ୍ୟ ଉପସ୍ଥାପନ କରି ସମସ୍ତଙ୍କ ମଧ୍ୟରେ ଏକ ଭାବାବେଗ ସୃଷ୍ଟି କରିଥିଲେ । ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀଙ୍କ ଏହି ଜାତୀୟ ଦିବସରେ ବହୁ ସଂଖ୍ୟାରେ ଯୋଗଦାନ ଭବିଷ୍ୟତ ବଂଶଧରଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ । ବୈଠକ ପ୍ରାରମ୍ଭରେ ଯୁଗ୍ମ ସମ୍ପାଦକ ଶ୍ରୀ ସୁଦର୍ଶନ ଦାସ ଅତିଥିଙ୍କୁ ମଞ୍ଚ ଆହ୍ୱାନ, ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଶ୍ରୀମତୀ ପ୍ରଭାତୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଓ ଜଳଧର ପଣ୍ଡା ସ୍ୱରଚିତ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାବିତ୍ରୀ ଦାସ, ଦାମୋଦର ନାୟକ, ଦେବେନ୍ଦ୍ର ଚୌଧୁରୀ, ଜ୍ଞାନେନ୍ଦ୍ର ସାହୁ, ଜ୍ୟୋତ୍ସ୍ନା ରାୟ, ରୀତା ରାୟ, ଲୋକନାଥ ଆଚାର୍ଯ୍ୟ, ଡ. ତାରାକାନ୍ତ ନନ୍ଦ, ଦିଲ୍ଲୀପ ଚକ୍ରବର୍ତ୍ତୀ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ମୀନା ସେଠୀ, ମନୋରଞ୍ଜନ ପଣ୍ଡା, କୈଳାସ ସାହୁ, କାର୍ତ୍ତିକ ଚନ୍ଦ୍ର ପାତ୍ର, ବିଜୟ ଦାସ ଅଧିକାରୀ, ରାଜେନ୍ଦ୍ର ରାଉତ, ଶତ୍ରୁଘ୍ନ ପଣ୍ଡା, ପ୍ରଭାତୀ ଦାସ, ଇଂ. ଶ୍ରୀରାମ ଦାଶ, ରବିନାରାୟଣ ଭୋଳ, ଇଂ. ହୃଷିକେଶ ସାହୁ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ନିରଞ୍ଜନ ପରିଡ଼ା, ଅଜିତ୍ କୁମାର ସେନ, ବେଣୁଧର ପାଳ, ଭବେଶ ଚନ୍ଦ୍ର ପଣ୍ଡା, କ୍ଷେତ୍ରମୋହନ ନାୟକ, କାମିନୀକାନ୍ତ ପାଢ଼ୀ, ପ୍ରଣିତା ମିଶ୍ର, ସୁରେନ୍ଦ୍ର ପ୍ରସାଦ ଧଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ଗୋପାଳ ଜେନା, ତ୍ରିଦୀବ କୁମାର ନାୟକ, ରଘୁନାଥ ନାୟକ, ରବୀନ୍ଦ୍ର ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା ପ୍ରଭୃତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ