ରାଜ୍ୟ ଆର୍‌ବିଏସ୍‌କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ କି ଓଡ଼ିଶା ମାଟିରୁ ଠିକା ନିଯୁକ୍ତି ଭଳି କୁତ୍ସିତ ପ୍ରଥା ସବୁଦିନ ପାଇଁ ଉଚ୍ଛେଦ କରାଗଲା । କିନ୍ତୁ ଏବେ ମଧ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା ଅଧିନରେ ୧୨୭୨ଜଣ ଆର୍‌.ବି.ଏସ୍‌.କେ ଆୟୁଷ ଡାକ୍ତର ସେହି କୁତ୍ସିତ ପ୍ରଥା ତଥା ଠିକା ନିଯୁକ୍ତି ଓ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଅଛନ୍ତି ।ଶନିବାରଦିନ ଭୁବନେଶ୍ୱର ରେଡକ୍ରସ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ, ଓଡ଼ିଶା ତରଫରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧୨୭୨ ଆର୍‌ବିଏସ୍‌କେ ଆୟୁଷ ଡାକ୍ତରଙ୍କୁ ସେମାନଙ୍କ ପାହ୍ୟା ମାନ୍ୟତାର ଦରମା ପ୍ରଦାନ ତଥା ସେମାନଙ୍କ ନିଯୁକ୍ତିକୁ ଯଥାଶୀଘ୍ର ନିୟମିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ ବାର୍ତ୍ତା ଦେବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଭାତ ମହାନ୍ତି, ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଡା ବିଶ୍ୱରଞ୍ଜନ ପ୍ରଧାନ, ଡା ବିଜୟ ସାମଲ, କାର୍ଯ୍ୟକାରୀ ସଭାପତି ଡା ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ଡା ରବିନ୍ଦ୍ର ସେଠୀ, ଉପସଭାପତି ଡା ଇନ୍ଦିରା ପ୍ରିୟଦର୍ଶିନୀ ଦାସ, ଡା ଲିଙ୍ଗରାଜ ଦାଶ, ଡା ସ୍ୱାଗତିକା ଦାଶ, ସହ ସମ୍ପାଦକ ଡା ଜୟଶ୍ରୀ ଶ୍ରୀଚନ୍ଦନ, ଡା କୈଳାଶ ମାଝୀ ଏବଂ କୋଷାଧ୍ୟକ୍ଷ ଡା ରାକେଶ କୁମାର ଜେନା, ଡା ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ପ୍ରତିକି ସ୍ଥିତିରେ ଆୟୁଷ ଚିକିତ୍ସା ପଦ୍ଧତିକୁ କିପରି ଅଧିକରୁ ଅଧିକ ଲୋକାଭିମୁଖୀ କରାଯାଇ ପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆରବିଏସ୍‌କେ ଆୟୁଷ ଡାକ୍ତରମାନଙ୍କ ଦ୍ୱାରା ଦୀର୍ଘ ୧୦ ବର୍ଷ ଧରି ସମଗ୍ର ଓଡ଼ିଶାର କୋଣ ଅନୁକୋଣରେ କିପରି ଅଙ୍ଗନୱାଡ଼ି ଓ ବିଦ୍ୟାଳୟସ୍ତରୀୟ ପିଲାମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ତାହାର ଏକ ବିସ୍ତୃତ ବିବରଣୀ ଦିଆଯାଇଥିଲା । ଆଗାମୀ ଦିନରେ ଭୁବନେଶ୍ୱର ସଂଘ ପକ୍ଷରୁ ଆବିଏସ୍‌କେ କାର୍ଯ୍ୟପ୍ରଣାଳୀକୁ ନେଇ ଏକ ଦୁଇଦିନିଆ ସେମିନାର ଓ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହୋଇଛି । ଆରବିଏସ୍‌କେ ଆୟୁଷ ଡାକ୍ତରମାନଙ୍କୁ ଓଡ଼ିଶା ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନକୁ ନେବା ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଅଧିନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀମାନଙ୍କର ନିଯୁକ୍ତିକୁ ଯଥାଶୀଘ୍ର ସ୍ଥାୟୀ କରାନଗଲେ ସମସ୍ତ ଆରବିଏସ୍‌କେ ଆୟୁଷ ଡାକ୍ତରମାନେ ଏସ୍‌ମାକୁ ଖାତିର ନକରି ଆନ୍ଦୋଳନ କରବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘର ସଭାପତି ପ୍ରଭାତ ମହାନ୍ତି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦ୍ୱାରା ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଆଗାମୀ ଦିନରେ ବରିଷ୍ଠ ସଦସ୍ୟ ତଥା ରାଜ୍ୟ ଉପଦେଷ୍ଟା ଡା ବିଶ୍ୱରଞ୍ଜନ ପ୍ରଧାନ ଓ ଡା ବିଜୟ ସାମଲଙ୍କ ତତ୍ତ୍ୱାବଧାନରେ ସଂଘ ତାର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଆଗକୁ ବଢିବ ବୋଲି ସର୍ବସମ୍ମତିରେ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ