ରାଜ୍ୟ କଂଗ୍ରେସ ଏସି ସେଲର ସଂଯୋଜକ ହେଲେ ଛତ୍ରପୁରର ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରା

ଛତ୍ରପୁର (ଦେବଦତ୍ତ ମହାରଣା) : ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଭାଗୀରଥି ବେହେରାଙ୍କୁ ରାଜ୍ୟ କଂଗ୍ରେସ ଏସି ସେଲ୍ ର ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ କଂଗ୍ରେସ ର ଏସି ସେଲ୍ ର ସଭାପତି ବାଙ୍କନିଧି ବେହେରା ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ବେହେରା ଏହି ପଦବୀ ପାଇବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଓ ରାଜ୍ୟ ଏସି ସେଲ୍ ର ସଭାପତି ବାଙ୍କନିଧି ବେହେରାଙ୍କ ସମେତ ରାଜ୍ୟ ଓ ଜିଲ୍ଲା ନେତୃ ମଣ୍ଡଳୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ