ରାଜ୍ୟ କାୟାକଳ୍ପ ଟିମ୍ର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମଙ୍ଗଳବାର ଅପରାହ୍ନରେ ରାଜ୍ୟ କାୟାକଳ୍ପ ଟିମ୍ର ଏକ ୫ ଜଣିଆ ଡ଼ାକ୍ତରୀ ଦଳ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟଶୈଳୀର ତନ୍ନତନ୍ନ ଅନୁଧ୍ୟାନ କରି ଫେରିଛନ୍ତି । ରାଜ୍ୟ କାୟାକଳ୍ପ ଟିମ୍ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ଼ାକ୍ତର ପୁଷ୍ପାଞ୍ଜଳି ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରାମର୍ଶଦାତା ଡ଼ାକ୍ତର ବିଜୟ କୁମାର ଷଡ଼ଙ୍ଗି, ଜାପାଇଗୋର ପରାମର୍ଶଦାତା ଡ଼ାକ୍ତର କେ. ଋଶ୍ମି, ଗଞ୍ଜାମ ଜିଲ୍ଲା ଆଶାର ସହକାରୀ ପରିଚାଳକଆଶିଷ କୁମାର ମିଶ୍ର ଓ ଭିଭିଡ଼ି ପରାମର୍ଶଦାତା ସୁଜିତ କାର୍ଜି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପଂହଚିଇଥିଲେ । ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ରଙ୍କ ସହ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଆଲୋଚନା କରି ନଥିପତ୍ର ଯାଂଚ କରିଥିଲେ । ପରେ ଉପଖଣ୍ଡ ଚିକିତ୍ସାଳୟର ସଭାକକ୍ଷ, ଚକ୍ଷୁ ଚିକିତ୍ସା ପ୍ରକୋଷ୍ଠ, ଅନ୍ତ ବିଭାଗ ପ୍ରକୋଷ୍ଠ, ବହିଁ ବିଭାଗ ପ୍ରକୋଷ୍ଠ, ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ, ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର, ମୋ ଔଷଧୀୟ ବଗିଚା, ଔଷଧ ଗୋଦାମ ଗୃହ, ନିରାମୟ ଔଷଧ ବିତରଣ କେନ୍ଦ୍ର, ଅସ୍ତ୍ରପଚାର ଗୃହ, ମାଇନର ଓଟି, , ସମ୍ମନିତ ରୋଗ ନିଦାନ କେନ୍ଦ୍ର, ରୋଗୀଙ୍କ ସକାଶେ ଉଦ୍ଧିଷ୍ଟ ଶୌଚାଳୟ, ମୋ ଡ଼ାକ୍ତରଖାନା ସ୍ୱଚ୍ଛତା ସ୍ୱାକ୍ଷର ସମ୍ବଳିତ କାନ୍ଥ, କୋଭିିଡ଼ ପରୀକ୍ଷା ଗୃହ ଓ ଡ଼ାକ୍ତରଖାନା ପରିସରର ପରିଷ୍କାର ଓ ପରିଚ୍ଛନତା ସହ ପାନୀୟ ଜଳ ଯୋଗାଣ ସହ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ସମ୍ପର୍କରେ ବିଭାଗୀୟ ଡ଼ାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ । ପରିମଳ ସଂକ୍ରାନ୍ତରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟଧାରା ନେଇ ସଫେଇ କର୍ମଚାରୀଙ୍କୁ ପଚାରି ବୁଝିଥିଲେ । ଏଫଇଏଫସି ମାଧ୍ୟମରେ ଯୋଗାଣ କରାଯାଉଥିବା ଔଷଧକୁ ରୋଗୀ ମାନଙ୍କୁ କେଉଁ ଉପାୟ ଅବଲମ୍ବନ କରି ବିତରଣ କରାଯାଉଛି ସେ ନେଇ ପଚାରି ବୁଝିଥିଲେ । ନକୋଟିକ୍ ଡ଼୍ରଗ୍ସ୍ ସମୁହକୁ ସ୍ୱତନ୍ତ୍ର ଭାବେ ପୃଥୀକରଣ କରାଯାଇ ସ୍ୱତନ୍ତ୍ର ସ୍ଥାନରେ ରଖିବା ଏବଂ ସ୍ୱତନ୍ତ୍ର ଫାଇଲ ପରିଚାଳନା କରିବା ସକାଶେ ପରାମର୍ଶ ଦେଇଥିଲେ । ମୋ ଔଷଧୀୟ ବଗିଚାରେ ନିକଟ ଭବିଷ୍ୟତରେ ଚାରା ରୋପଣ କରାଯାଇଥିବା ନେଇ ପ୍ରଶ୍ନ କରିଥିଲେ । ଡ଼ାକ୍ତରଖାନା ଶେଷ ପ୍ରାନ୍ତରର କମ୍ ଉଚ୍ଚତା ଥିବା ପାଚେରୀର ଉଚ୍ଚତା ବୃଦ୍ଧି କରି କଂଟାଯୁକ୍ତ ତାରବାଡ଼ ଘେରାଇ ସୁରକ୍ଷା ପ୍ରତି ଦୃଷ୍ଟି ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ ଭାବେ ଡ଼ାକ୍ତରଖାନାର ସଫେଇ, ପରିଚାନା, ଚିକିତ୍ସା ସେବା, ସ୍ୱଚ୍ଛତା ଆଦି ପ୍ରସଙ୍ଗରେ ଅନୁଧ୍ୟାନ କରି ଅଧିକ ଯତ୍ନବାନ ହେବାକୁ ଟିମ୍ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ । ମୋଟାମୋଟି ଭାବେ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସକଙ୍କ ସେବା ପ୍ରବୃତ କାର୍ଯ୍ୟଧାରା ଓ କର୍ମଚାରୀ ମାନଙ୍କ ନିଷ୍ଠାପର କର୍ତବ୍ୟ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟ କାୟାକଳ୍ପ ଟିମ୍ ପରିଦର୍ଶନ ସମୟରେ ବରିଷ୍ଠ ଚିକିତ୍ସକ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ମାଧବ କୁମାର ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ଦୁର୍ଗର୍ା ପ୍ରସାଦ ପଣ୍ଡା, ଡ଼ାକ୍ତା ବଳରାମ ଜେନା, ଦନ୍ତ ଚିକିତ୍ସକ ଡ଼ାକ୍ତର ତାପସ ରଞ୍ଜନ ଶିଅ, ଡ଼ାକ୍ତର ସୋନାଲି ଗୁପ୍ତା, ଡ଼ାକ୍ତର ପ୍ରିୟଙ୍କା ଦାଶ, ସ୍ୱାଗତିକା ଭଦ୍ର, ଡ଼ାକ୍ତର ସ୍ୱୟମ୍ବୁ ରାୟ, ଫାର୍ମାସିଷ୍ଟ କାର୍ତିକଶ୍ୱର ସାହୁ, ଏକାଂଟେଣ୍ଡ ସତ୍ୟ ପଟ୍ଟନାୟକ, ଷ୍ଟାପନର୍ସ ସୁପ୍ରିୟା ସାହୁ, ଦେବସ୍ମିତା ପାଢି, ଅର୍ଚ୍ଚନା ପାଢି, ରଶ୍ମିତା ଚୌଧୁରୀ, ରମେଶ ଦଳାଇ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ ମିଶ୍ରଙ୍କ ସମେତ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ।