ରାଜ୍ୟ କୃଷକସାଥୀ ସଂଘରୁ ଆତ୍ମଘୋଷିତ ସଭାପତି ଓ ସମ୍ପାଦକ ନିଲମ୍ବିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କୃଷକସାଥୀ ସଂଘରେ ବେଆଇନ ଭାବରେ ରହି ନିଜକୁ ଆତ୍ମଘୋଷିତ ସଭାପତି କହୁଥିବା ଅମୂଲ୍ୟ କୁମାର କର ଓ ସମ୍ପାଦକ ପଦବୀରେ ଥିବା ଜିତେନ୍ଦ୍ର ସାହୁଙ୍କୁ ଓଡ଼ିଶା କୃଷକସାଥୀ ସଂଘର ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ସେମାନେ କେବଳ ସଂଘର ଜଣେ ସାଧାରଣ ସଦସ୍ୟ ହୋଇ ରହିବେ । ଓଡ଼ିଶା କୃଷକସାଥୀ ସଂଘର ପୂର୍ଣ୍ଣକାଳୀନ ସଭାପତି ଭାବରେ ସୁବୋଧ ବାରିକ ଏବଂ ସମ୍ପାଦକ ଭାବରେ ସନ୍ତୋଷ ବେହେରାଙ୍କୁ ମନୋନୀତ କରାଯାଇ ଓଡ଼ିଶା କୃଷକସାଥୀ ସଂଘର ରେଜିଷ୍ଟ୍ରେସନ ନମ୍ବର (୧୦୧୧ କଟକ)କୁ ରେନୱାଲ କରାଗଲା ପରେ ଏହି ଆତ୍ମଘୋଷିତ ସଭାପତି ଅମୂଲ୍ୟ କୁମାର କର ଓ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କୁ ସଂଘର ସମସ୍ତ ପଦବୀରୁ ନିଲମ୍ବନ କରାଯାଇଛି ।ଗତ କିଛିଦିନ ତଳେ ରାଜ୍ୟ କୃଷକସାଥୀ ସଂଘର ରାଜ୍ୟ କର୍ମକର୍ତ୍ତାଙ୍କୁ ନେଇ ଶ୍ରମିକ ଭବନଠାରେ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ଣ୍ଣକାଳୀନ ନୂତନ ସଭାପତି ଓ ସମ୍ପାଦକ ମନୋନୀତ ତଥା ଏକ ନମ୍ବର ଆଡ଼ଭାଇଜରି କମିଟି ଫରମେସନ କରାଯାଇ ପ୍ରେସ୍ କନଫରେନ୍ସ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଓଡ଼ିଶା କୃଷକସାଥୀ ସଂଘ ପୁର୍ନଗଠନ ହେବା ପରେ ପ୍ରତି ଜିଲ୍ଲା ଓ ବ୍ଲକ ସଂଗଠନ ମାଧ୍ୟମରେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା ପରିପ୍ରେକ୍ଷୀରେ ଆମ୍ଭେ ଜାଣିବାକୁ ପାଇଲୁ ଯେ, ଅମୂଲ୍ୟ କୁମାର କର ଓ ଜିତେନ୍ଦ୍ର ସାହୁ ନିଜକୁ ଆତ୍ମଘୋଷିତ ସଭାପତି ସମ୍ପାଦକ କହି ମିଛ ପ୍ରଲୋଭନ ଦେଖାଇ, ନିରୀହ କୃଷକସାଥୀମାନଙ୍କୁ ଧମକାଇ ସଚୀବ ଓ ମନ୍ତ୍ରୀମାନଙ୍କ ନାଁରେ ଟଙ୍କା ଆଦାୟ କରୁଛନ୍ତି । ଏହା ଜାଣିବା ପରେ ଓଡ଼ିଶା କୃଷକସାଥୀ ସଂଘର ସଭାପତି ଓ ସମ୍ପାଦକ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ହିନ୍ଦ୍ ମଜଦୁର ସଭା କାର୍ଯ୍ୟାଳୟ, ଭୁବନେଶ୍ୱରଠାରେ ଡ଼କାଯାଇ ସବିଶେଷ ଆଲୋଚନା ପରେ ରାଜ୍ୟ ସଂଘର ସଭାପତି ସୁବୋଧ କୁମାର ବାରିକଙ୍କ ନିର୍ଦ୍ଦେଶକ୍ରମେ ଆତ୍ମଘୋଷିତ ଅସାଧୁ ବ୍ୟକ୍ତିଦ୍ୱୟଙ୍କୁ ସଂଘରୁ ନିଲମ୍ବନ କରାଗଲା ଏବଂ ଆଗାମୀ ଦିନରେ କୌଣସି ବ୍ୟକ୍ତି ରାଜ୍ୟ ସଂଘ ବିନା ଅନୁମତିରେ ଓଡ଼ିଶା କୃଷକସାଥୀ ସଂଘର ରେଜିଷ୍ଟ୍ରେସନ ନମ୍ବର (୧୦୧୧ କଟକ)କୁ ଅପବ୍ୟବହାର କରନ୍ତି ବା କୌଣସି ସଭା ଆୟୋଜନ କରନ୍ତି, ତେବେ ଓଡ଼ିଶା କୃଷକସାଥୀ ସଂଘ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ