ରାଜ୍ୟ ତମାମ ନାମାଙ୍କନ ପକ୍ରିୟା ଜାରି ରହିଛି : ଆଜି ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) :-ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ତମାମ ନାମାଙ୍କନ ପକ୍ରିୟା ଜାରି ରହିଛି । ଆଜି ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ଅନେକ ପାର୍ଥୀ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଙ୍ଗୀପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କବିତା ରାଣି ଦାସ । ସେ ହେଉଛନ୍ତି ପୂର୍ବତନ ବ୍ଲକ ଉପାଧକ୍ଷ ଅଜିତ ଦଶ ଙ୍କ ଭାଇବହୁ ।ସେ ନିର୍ବାଚନ କମିଶନରଙ୍କ ସମସ୍ତ କଟକଣା ମାନିବା ସହ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ନିଜର ପାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କାରଣରୁ କେବଳ ଗ୍ରାମବାସୀଙ୍କ ସମର୍ଥନରେ ସେ ଏହି ପଦ ପାଇଁ ନାମାଙ୍କ ଭରିଥିବା କହିଛନ୍ତି । ଆଗାମୀ ଦିନରେ ନିଜ ଗ୍ରାମ ପଞ୍ଚାୟତର ବିକାଶ ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି । କବିତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ପୂର୍ବତନ ବ୍ଲକ ଉପାଧକ୍ଷ ଅଜିତ ଦାଶ, ଜିଲ୍ଲା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ପୂର୍ବତନ ବ୍ଲକ ଅଧକ୍ଷା ସିଏଚ ଉଷାରାଣୀଙ୍କ ସମେତ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ