ରାଜ୍ୟ ପଛୁଆବର୍ଗ କମିଶନରଙ୍କ ଗଞ୍ଜାମ ଗସ୍ତ ନେଇ ପ୍ରସ୍ତୁତି ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ୨୫ ତାରିଖରେ ରାଜ୍ୟ ପଛୁଆବର୍ଗ କମିଶନର ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବସବାସ କରୁଥିବା ଲିଆରୀ, ଚୁଡୁତିଆ, ନିଆରି ଓ ବସନ୍ତିଆ ଜାତିର ଜନ ସାଧାରଣ ମାନେ ସେମାନଙ୍କୁ ପଛୁଆ ବର୍ଗ ଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହାକୁ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଉକ୍ତ ଜାତିର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦାବିକୁ ଅନୁସୂଚିତ ଜନଜାତି, ଅନୂସୁଚିତ ଜାତି ଉନ୍ନୟନ ପଛୁଆବର୍ଗ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ କୁ ପଠାଯାଇଛି । ଆସନ୍ତା ୨୫ ତାରିଖରେ ରାଜ୍ୟ ପଛୁଆ ବର୍ଗ କମିଶନର ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିବାର ରହିଛି ତେବେ, ଏ ସଂକ୍ରାନ୍ତରେ କମିଶନର ଯାଂଚ କରିବେ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ ପ୍ରତିନିଧି ମାନଙ୍କୁ କହିଛନ୍ତି । ଏହା ସହ ଜିଲ୍ଲାରେ ଏହି ଜାତି ବର୍ଗ ର କେତେ ଜନସାଧାରଣ ବସବାସ କରୁଛନ୍ତି ତାହାର ମଧ୍ୟ ସର୍ଭେ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ଲିଆରୀ, ଚୁଡୁତିଆ, ନିଆରି ଓ ବସନ୍ତିଆ ଜାତିର କେନ୍ଦ୍ର ସଭାପତି ପ୍ରଫୁଲ୍ଲ ବେହେରା, ସମ୍ପାଦକ ସୁରେଶ ବେହେରା, ଉପାଧ୍ୟକ୍ଷ ପ୍ରଫୁଲ୍ଲ ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ବେହେରା, ବାବୁଲି ବେହେରା, ବୁଲୁ ବେହରୋ ଓ ଭାସ୍କର ବେହେରାଙ୍କ ସମେତ ବହୁ ପ୍ରତିନିଧି ମାନେ ଯୋଗ ଦେଇ ସେମାନଙ୍କ ସମସ୍ତ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ