ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ରାଜ୍ୟ ପାନୀୟ ନିମଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଏହି ରାଶିର ଚେକ୍ ନିଗମର ଅଧ୍ୟକ୍ଷ ସୁଶୀଲ କୁମାର ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ କରି ଲୋହାନୀ ଜଣାଇଥିଲେ ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଜୁନ୍ ମାସରେ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆଜିର ରାଶିକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ, ସମୁଦାୟ ୧୦ କୋଟି ଟଙ୍କା ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ଏହି ଅବସରରେ ନିଗମ ତରଫରୁ ୨୦୨୦-୨୧ ଆର୍ଥିକ ବର୍ଷର ଡିଭିଡେଣ୍ଟ୍ ବାବଦରେ ୬ କୋଟି ୨୬ ଲକ୍ଷ ୩୨୦ ହଜାର ୮୮ ଟଙ୍କାର ଚେକ୍ ମଧ୍ୟ ଲୋହାନୀ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥିଲେ । ଚେକ୍ ଗ୍ରହଣକରି ମହାପାତ୍ର ଲାଭଜନକ ପରିଚାଳନା ନିମନ୍ତେ ନିଗମର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ