ରାଜ୍ୟ ପ୍ରଶାସନରେ ୫ଟି ଏକ ପ୍ରହସନ : ଓଡ଼ିଶା ସୂଚନା ଅଧିକାର ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ପ୍ରଶାସନରେ ୫ଟିକୁ ମୁଖ୍ୟମନ୍ତ୍ରୀଙ୍କର ଗୁରୁମନ୍ତ୍ର ଏବଂ ପ୍ରଶାସନର ସମସ୍ତ ସ୍ତରରେ ଏହାକୁ କାର୍ଯ୍ୟକାରୀ କରେଇବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି । ଏହି ୫ଟି ସ୍ୱଚ୍ଛତା (ଟ୍ରାନ୍ସପରେନ୍ସି) ଏକ ମୁଖ୍ୟ ସ୍ଲୋଗାନ । ପ୍ରଶାସନରେ ବ୍ୟାପକ ସ୍ୱଚ୍ଛତା ରକ୍ଷା କରାଯାଉଛି ବୋଲି ପ୍ରଚାର ଲୋକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ କରାଯାଇଛି । ସୁଚନାଯୋଗ୍ୟ, ୨୦୦୫ ମସିହାରୁ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରଖିବା ପାଇଁ ସୂଚନା ଅଧିକାର ଆଇନ୍ କାର୍ଯ୍ୟକାରୀ ହୋଇ ଆସୁଅଛି । ଏହି ଆଇନ୍ର ଧାରା ୪(୧) (ବି) ଅନୁଯାୟୀ ସମସ୍ତ ସରକାରୀ ବିଭାଗ ସ୍ୱେଚ୍ଛାକୃତ ଭାବେ ୭ ପ୍ରକାରର ତଥ୍ୟ ସ୍ଥାନୀୟ ଭାଷା ଅର୍ଥାତ୍ ଓଡ଼ିଆ ଭାଷାରେ ପ୍ରକାଶ କରିବେ । ଏହିସବୁ ତଥ୍ୟ ପ୍ରତିବର୍ଷ ପ୍ରତ୍ୟେକ କର୍ତ୍ତୃପକ୍ଷ ବା ସରକାରୀ କାର୍ଯ୍ୟାଳୟ ନବୀକରଣ (ଉପଡ଼େଟେଡ଼) କରିବେ