ରାଜ୍ୟ ଫେରନ୍ତାଙ୍କ ଉପରେ ପ୍ରଶାସନର କଡ଼ା ନଜର

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ) : କରୋନା ଆତଙ୍କ ବ୍ୟାପିବା ପରେ ରାଜ୍ୟ ଓ ଦେଶ ବାହାରକୁ କାମ କରିବାକୁ ଯାଇଥିବା ଲୋକ ମାନେ ନିଜ ନିଜ ଭିଟାମାଟିକୁ ଫେରୁଥିବାର ଲକ୍ଷ୍ୟ କରାଯାଉଛି । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ପଂଚାୟତର ବହୁ ବ୍ୟକ୍ତି କାମଧନ୍ଦା କରିବା ସକାଶେ ରାଜ୍ୟ ଓ ଦେଶ ବାହାରକୁ ଯାଇଥାନ୍ତି । ବିଶେଷ କରି ଗୁଜୁରାଟର ସୁରତ, ତାମିଲନାଡୁର ଚେନ୍ନାଇ, ତେଲେଙ୍ଗାନାର ହାଇଦ୍ରାବାଦ, ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଓ ଗୋଆ ଅଂଚଳ ସମେତ ଅନ୍ୟାନ ରାଜ୍ୟ ଓ ବିଦେଶକୁ ଯାଇଥାନ୍ତି । ତେବେ ଗଂଜାମ ଜିଲ୍ଲା ପ୍ରସିଦ୍ଧ ଦଣ୍ଡଯାତ୍ରା, ମେରୁ ପର୍ବ, ଚୈତ୍ର ମଙ୍ଗଳବାର ପର୍ବ ମୁଖ୍ୟ ପର୍ବ ହୋଇଥିବାରୁ ରାଜ୍ୟ ଓ ଦେଶ ବାହାରେ କାମ କରୁଥିବା ବହୁ ଶ୍ରମିକ ଓ କର୍ମଚାରୀ ଏହି ସମୟରେ ନିଜ ନିଜ ଭିଟାମାଟିକୁ ଫେରିଥାନ୍ତି । ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଦେଖା ଦେଇଥିବାରୁ ସାରା ଭାରତ ବର୍ଷରେ ଗତ ୨୨ ତାରିଖରେ ଜନତା କର୍ଫ୍ୟୁ ଓ ୨୩ ତାରିଖଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନା ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ହିଂଜିଳିକାଟୁ ପୌରାଂଚଳକୁ ୨୧୧ ଜଣ ଓ ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତକୁ ବାହାର ରାଜ୍ୟରୁ ୧୮୧୨ ଏବଂ ବାହାର ଦେଶରୁ ୨୦ ଜଣ ଫେରିଥିବା ଜଣାପଡ଼ିଛି । ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ରାଜ୍ୟ ଓ ବିଦେଶ ପେରନ୍ତା ମାନଙ୍କ ସ୍ୱତନ୍ତ୍ର ଭାବେ ହୋମ କରେଂଟାଇନରେ ରହିବା ସକାଶେ ପରାମର୍ଶ ଦିଆଯିବା ସହ ସଂପୃକ୍ତ ପରିବାରଙ୍କ ବାସଭବନ ସମ୍ମୁଖରେ ସତର୍କ ସୂଚନା ପୋଷ୍ଟର ଲଗାଯାଇଛି ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଲକଡ଼ାଉନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଅନ୍ୟ ପକ୍ଷରେ ଭତା ଓ ଖାଦ୍ୟ ବଂଟନ ସମୟରେ ଲୋକେ ନିୟମ ଭଙ୍ଗ କରି ବିଭିନ୍ନ ପଂଚାୟତରେ ବିପଦ ସୃଷ୍ଟି କରୁଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲୋକେ ଅଭିଯୋଗ କରୁଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ