ରାଜ୍ୟ ବିଜେପିର ଏସ ସି ମୋର୍ଚ୍ଚାର ସମ୍ପାଦକ ହେଲେ କୃଷ୍ଣ ଚନ୍ଦ୍ର ନାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ବିଜେପିର ଏସ ସି ମୋର୍ଚ୍ଚାର ସମ୍ପାଦକ ହେଲେ କୃଷ୍ଣ ଚନ୍ଦ୍ର ନାୟକ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ବାଧାନରେ ରାଜ୍ୟ ବିଜେପିର ସଭାପତି ସମୀର ମହାନ୍ତିଙ୍କ ଅନୁମଦନ କ୍ରମେ ରାଜ୍ୟ ଏସ ସି ମୋର୍ଚାର ସଭାପତି ବିଭୁ ତରେଇ ଙ୍କ ସୁପାରିଶ ପ୍ରକାରେ କୃଷ୍ଣଙ୍କୁ ରାଜ୍ୟ ବିଜେପିର ଏସ ସି ମୋର୍ଚାର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାରୁ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତି, ବିଭୁ ତରେଇ,ଜିଲ୍ଲା ସଭାପତି ବିଭୁତି ଜେନା,ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ଓ ସମସ୍ତ ରାଜ୍ୟ ନେତୃତ୍ୱଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି l ଏହା ସହ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତା ଙ୍କୁ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରୁଛି । ପାର୍ଟିର ଅଗ୍ରଗତି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ବୋଲି ଏକ ପ୍ରେସ ବିବୃତ୍ତି ରେ ସୂଚନା ଦେଇଛନ୍ତି l


