ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାକୁ ମନୋନୀତ ହେଲେ ସରୋଜ ମଲ୍ଲିକ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତର ଯୁବନେତା ତଥା ସମାଜସେବୀ ସରୋଜ କୁମାର ମଲ୍ଲିକ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାକୁ ମନୋନୀତ ହୋଇଛନ୍ତି । ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ୍, କାମାକ୍ଷା ପ୍ରଧାନ, ଉପସଭାପତି ସିରଞ୍ଜନ ମଙ୍ଗରାଜ, କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସରୋଜ ମଲ୍ଲିକଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନୋନୀତ କରାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହୋଇଥିବାରୁ ଶ୍ରୀ ମଲ୍ଲିକ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ବିଜେପି ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ୍ କରିବା ସହିତ ବନ୍ତ ବ୍ଲକ ଓ ଭଦ୍ରକ ଜିଲାର କୃଷି ଓ କୃଷକ ଜନିତ ସମସ୍ୟାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।