ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ନେଇ ମୁହଁ ଖୋଲିଲେ ଅରୁଣ
ଭବନେଶ୍ୱର , (ଯୁଗାବ୍ଦ ନ୍ୟୁଜ): ରାଜ୍ୟ ବିଜେପି ସଭାପତି ପାଇଁ ନିର୍ବାଚନ ଆଉ କିଛି ଦିନ ପରେ ହେବ ବୋଲି ଓଡିଶା ପ୍ରଭାରୀ ଅରୁଣ ସିଂ ସୁଚନା ଦେବା ପରେ ବରିଷ୍ଠ ନେତାମାନେ ସକ୍ରିୟ ହୋଇୁଠିଛନ୍ତି । ଅରୁଣ ସିଂ କହିଛନ୍ତି , ବିଜେପି ଏକ କ୍ୟାଡର ଭିତ୍ତିକ ଦଳ , ପାର୍ଟିର ସଭାପତି କିଏ ହେବ ତାହା ଜିଲ୍ଲା ସଭାପତି , ରାଜ୍ୟ ପରିଷଦର ସଦସ୍ୟମାନେ ସ୍ଥିର କରିବେ । ରାଜ୍ୟରେ ଅନେକ ବରିଷ୍ଠନେତାମାନେ ଅଛନ୍ତି । ସମସ୍ତଙ୍କ ସହିତ ବୈଠକ କରିବା ପରେ କିଏ ପରବର୍ତ୍ତି ବିଜେପି ସଭାପତି ହେବ ତାହା ସ୍ଥିର କରାଯିବ । ସୁଚନା ଥାଉକି , ଚଳିତ ମାସରେ ବର୍ତ୍ତମାନର ସଭାପତି ଥିବା ବସନ୍ତ ପଣ୍ଡାଙ୍କ ତିନି ବର୍ଷୀୟ କାର୍ୟ୍ୟକାଳ ଶେଷ ହେଉଛି ।


