ରାଜ୍ୟ ଭାରତ ବିକାଶ ପରିଷଦର ପ୍ରାନ୍ତୀୟ କର୍ମଶାଳା


ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ଭାରତ ବିକାଶ ପରିଷଦର ପ୍ରାନ୍ତୀୟ କର୍ମଶାଳା ଏବଂ ପରିଷଦର ବାର୍ଷିକ ସଭା ଜୁନ୍ ୨୩ ତାରିଖ ରବିବାର ଭୁବନେଶ୍ୱରସ୍ଥ ଭାରତୀୟ ବିଦ୍ୟାଭବନର ଡଃ କେ.ଏମ୍. ମୁନିସ୍ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ ଘଟିକା ସମୟରେ ଉଦ୍ଘାଟିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ଉପସଭାପତି ସଚ୍ଚିଦାନନ୍ଦ ପଣ୍ଡା, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସଂଗଠନ ସଚିବ ସୁରେଶ ଜୈନ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ଅତିରିକ୍ତ ମହାସଚିବ ଡଃ ବାଲ୍ମୀକି କୁମାର, ରାଷ୍ଟ୍ରୀୟ ଅର୍ଥ ସଚିବ ଦୀପକ ରୁଇଆ, ରାଷ୍ଟ୍ରୀୟ ସଚିବ ଗୀତା ପଟ୍ଟନାୟକ, ପ୍ରାନ୍ତୀୟ ସଭାପତି ଶୁଭାଶିଷ କର, ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଏବଂ ଅର୍ଥ ସଚିବ ଶ୍ରୀଧର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବନ୍ଦେ ମାତରଂ ଗାନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରାନ୍ତୀୟ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଚିବ ୨୦୧୯-୨୦ ବର୍ଷର ଆଗାମୀ କାର୍ଯ୍ୟକ୍ରମ (ଭିଜନ ୨୦୧୯-୨୦) ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିବା ବେଳେ ଅର୍ଥ ସଚିବ ବଜେଟ୍ ଉପସ୍ଥାପନ କରିଥିଲେ । ରାଷ୍ଟ୍ରୀୟ ସଂଗଠନ ସଚିବ ଶପଥ ଗ୍ରହଣକୁ ପରି•ଳନା କରିବା ସହ ଡଃ ବାଲ୍ମୀକି କୁମାର, ଭାରତ ବିକାଶ ପରିଷଦ ସମ୍ବିଧାନର ବୈଶିଷ୍ଟ୍ୟ, ନିୟମାବଳୀ, ସଂଗଠନ ଶୈଳୀ, ପ୍ରାନ୍ତୀୟ, ଆଞ୍ଚଳିକ ଏବଂ ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସମ୍ପର୍କରେ ବୁଝାଇଥିଲେ ଏବଂ ପ୍ରାନ୍ତୀୟ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟ ଅତିଥି ସଚ୍ଚଦାନନ୍ଦ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ମଶାଳାରେ ଭାରତ ବିକାଶ ପରିଷଦ ଓଡ଼ିଶା ପ୍ରାନ୍ତର ୨୩ଟି ଶାଖାର ପ୍ରାୟ ୨୦୦ ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇ ନିଜର ପରିଚୟ ପ୍ରଦାନ ପୂର୍ବକ ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇ ନିଜ ନିଜର ଗଠନମୂଳକ ପ୍ରସ୍ତାବମାନ ପ୍ରଦାନ କରିଥିଲେ । କର୍ମଶାଳାର ଉଦ୍ଘାଟନୀ ସଭା ଅନ୍ତରେ ଅତିଥିମାନେ ଭାରତ ବିକାଶ ପରିଷଦ, ଓଡ଼ିଶା ପ୍ରାନ୍ତର ମୁଖପତ୍ର ସ୍ମରଣିକା ‘ସମ୍ପ୍ରୀତି’ ର ଉନ୍ମୋଚନ କରିବା ପରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାକୁ ଏହା ବଣ୍ଟନ କରାଯାଇଥିଲା । କର୍ମଶାଳାର ଦ୍ୱିତୀୟ ଚରଣରେ ସମ୍ପର୍କ, ସଂସ୍କାର ଏବଂ ସେବା ପ୍ରମୁଖ ବିଭିନ୍ନ ବିଭାଗରେ ନିର୍ବାଚିତ ଆଞ୍ଚଳିକ ସଚିବମାନଙ୍କ ସହ ରାଷ୍ଟ୍ରୀୟ ସଚିବ ଶ୍ରୀମତୀ ଗୀତା ପଟ୍ଟନାୟକ ମଞ୍ଚାସୀନ ହୋଇ ସେମାନଙ୍କର କାର୍ଯ୍ୟବଳୀ ସମ୍ପର୍କରେ ଅବଗତ ହେବା ସହ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ଏବଂ ଆଗାମୀ କାର୍ଯ୍ୟାବଳୀ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି ଚରଣରେ ପ୍ରାନ୍ତୀୟ ପୃଷ୍ଠପୋଷକ ଲକ୍ଷ୍ମଣ କୁମାର ମହାନ୍ତି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ପରେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ଦଳୀୟ ଆଲୋଚନା ଅନୁଷ୍ଠିିତ ହୋଇ ତାହାର ନିର୍ଯ୍ୟାସ ମଞ୍ଚରେ ପ୍ରକାଶ କରାଯାଇ ସମସ୍ତଙ୍କର ମତାମତ ଗ୍ରହଣ କରାଯାଇଥିଲା । କର୍ମଶାଳାର ଶେଷ ପର୍ଯ୍ୟାୟରେ ମାନସ ମନ୍ଥନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ଅଂଶଗ୍ରହଣକାରୀ ସଭ୍ୟସଭ୍ୟାମାନଙ୍କର ବିଭିନ୍ନ ସନ୍ଦେହାତ୍ମକ ପ୍ରଶ୍ନର ଉତ୍ତର ଏବଂ ସମାଧାନ ରାଷ୍ଟ୍ରୀୟ ଉପସଭାପତି ପ୍ରଦାନ କରିବା ପରେ ପରେ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ସଂଗଠନ ସଚିବ ସୁରେଶ ଜୈନ କର୍ମଶାଳାକୁ ଉଦ୍ବୋଧିତ କରି ଭାରତ ବିକାଶ ପରିଷଦର ଉତ୍ତୋରତ୍ତର ଉନ୍ନତିି ପାଇଁ ମାର୍ଗଦର୍ଶନ ସହ କେତେକ ସୁଚିନ୍ତିତ ମତାମତ ପ୍ରଦାନ କରି କର୍ମଶାଳାର ସଫଳତା ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ । ପରିଷଦର ଆଞ୍ଚଳକ ପୃଷ୍ଠପୋଷକ କଲ୍ୟାଣ ରାୟ ଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରାନ୍ତୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସଂଯୋଜନା କରିବା ସହ ସୁରେଶ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ ସହ ଅପରାହ୍ନ ୫.୩୦ ମିନିଟ୍ରେ କର୍ମଶାଳାର ଯବନିକା ପାତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ପରିଷଦର ଏବଂ ରାଜ୍ୟର ସମସ୍ତ ଶାଖାର କର୍ମକର୍ତ୍ତାଙ୍କ ସହ ସଂସ୍କାର, ସେବା, ସମ୍ପର୍କ ଓ ମହିଳା ସହଭାଗିତା ମୁଖ୍ୟମାନଙ୍କର ପ୍ରତ୍ୟକ୍ଷ ସହଯୋଗରେଂ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ