ରାଜ୍ୟ ମହିଳା ହିଂସା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ
କରଞ୍ଜିଆ,(ଜିତେନ୍ଦ୍ର ରାଜ ) : ରାଜ୍ୟ ମହିଳା ହିଂସା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏ ପରିପ୍ରେକ୍ଷୀରେ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସିଥିବା ଓଡିଶା କଂଗ୍ରେସ ପ୍ରଭାରୀ ତଥା ଭାରତୀୟ ଜାତୀୟ କଂଗ୍ରେସ କମିଟି ସମ୍ପାଦକ ଅଜୟ କୁମାର ଲଲ୍ଲୁ ସନ୍ଧ୍ୟା ସମୟରେ କରଞ୍ଜିଆ ଠାରେ ପହଂଚିଥିଲେ
ତାଙ୍କୁ କରଞ୍ଜିଆ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ପଶ୍ଚିମ ମୟୁରଭଞ୍ଜ ସଂଗଠନିକ ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁ ଙ୍କ ନେତୃତରେ ସ୍ୱାଗତ କରାଯାଇଥିଲା ସେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ କରାଯିବବୋଲି ସୂଚନା ଦିଆଯାଇଛି। ଓଡିଶା କଂଗ୍ରେସ ପ୍ରଭାରୀ ତଥା ଭାରତୀୟ ଜାତୀୟ କଂଗ୍ରେସ କମିଟି ସମ୍ପାଦକ ଅଜୟ କୁମାର ଲଲ୍ଲୁ ବିଜେପି ସରକାର ସମୟରେ ଘଟିଥିବା ନାରୀ ନିର୍ଯାତନା, ମହିଳା ହିଂସା, ନାବାଳିକା ଗଣଧର୍ଷଣ ବାବଦରେ ସୂଚନା ପ୍ରଦାନ କରିଥିଲେ। ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ଅଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ ହେଉଥିବା ଯୋଜନାର କିପରି ସୁଫଳ ମିଳିଛି, ସେ ସମ୍ପର୍କରେ ସରକାର ଏକ ଶ୍ୱେତପତ୍ର ଏବଂ ଗୃହ କମିଟି ଗଠନ କରିବାକୁ ଦାବୀ କରିଛନ୍ତି। ଗତ ୮ମାସ ମଧ୍ୟରେ ରାଜ୍ୟରେ ୧୬ ଶହ ନାରୀ ନିର୍ଯାତନା ଘଟିଛି। ପୋଲିସ ପକ୍ଷରୁ ୫୪ଟି ଗଣ ବଳାତ୍କାର ମାମଲା ରୁଜ୍ଜୁ ହୋଇଛି। ସେହିପରି ବିଦ୍ୟାଳୟର ଛାତ୍ରୀମାନେ ଗର୍ଭବତୀ ହେବା ଘଟଣା ମଧ୍ୟ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି।
ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଙ୍କ ନିଜ ଜିଲ୍ଲାରେ ବଢିଚାଲିଥିବା ମହିଳା ନିର୍ଯ୍ୟାତନା ଓ ଦୁଇଦିନ ତଳେ ଦୁଇଶହ ଟଙ୍କାରେ ଛୁଆ ବିକ୍ରି ପ୍ରସଙ୍ଗ ରେ ହସ୍ତକ୍ଷେପ ଲୋଡ଼ିଥିଲେ
ଏହି କାର୍ଯ୍ୟକ୍ରମ କୁ କିପରି ଭାବରେ ସଫଳ କରାଯିବ ଓ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଏବଂ ପଶ୍ଚିମ ମୟୁରଭଞ୍ଜ ସଂଗଠନିକ ଜିଲାରୁ ଅନ୍ୟୁନ ୨ ହଜାର ଜନସାଧାରଣ ଏହି ଗଣ ବିକ୍ଷୋଭରେ ସାମିଲ ହେବେ, ସେନେଇ ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁ ସାମ୍ବାଦିକ ସମ୍ମିଳନୀ ସମ୍ମୁଖରେ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ଅମିତ ମହାନ୍ତି,କାର୍ଯ୍ୟକ୍ରମ ପ୍ରଭାରୀ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ ( କନିଷ୍ଠ ), ରାଇରଙ୍ଗପୁର ର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦା,ଲକ୍ଷ୍ମଣ ମାଝୀ, ପୂର୍ବତନ ଉଠାଜଳସେଚନ ନିଗମ ଅଧକ୍ଷ ତଥା ବରିଷ୍ଠ ନେତା ରାଜନ ସାହୁ, କରଞ୍ଜିଆ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ ତିଉ, ବରିଷ୍ଠ ନାରୀନେତ୍ରୀ ତଥା ପୂର୍ବତନ ଠାକୁରମୁଣ୍ଡା ବ୍ଲକ ଅଧକ୍ଷା ଜବାମଣି ଟୁଡୁ, କରଞ୍ଜିଆ ନଗର କଂଗ୍ରେସ ସଭାପତି ଲାଳନ ସିନ୍ହା,କରଞ୍ଜିଆ ବ୍ଲକ କଂଗ୍ରେସ ସଭାପତି ନିର୍ମଳ ସେଠୀ ଙ୍କ ସହିତ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ
ପରେ କରଞ୍ଜିଆ ଏନଏସି କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲାର ନେତା,କାର୍ଯ୍ୟକର୍ତା ଓ କର୍ମୀ ଙ୍କ ସହିତ ଏକ ବୈଠକ ରେ ଅନ୍ୟ ନେତା ଙ୍କ ସହିତ ସାମିଲ ହୋଇଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ତଥା ଭାରତୀୟ ଜାତୀୟ କଂଗ୍ରେସ କମିଟି ସମ୍ପାଦକ ଅଜୟ କୁମାର ଲଲ୍ଲୁ ।