ରାଜ୍ୟ ମୁଖ୍ୟ ସୂଚନା କମିସନରଙ୍କ ଗଞ୍ଜାମ ଗ୍ରସ୍ତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନିଲ କୁମାର ମିଶ୍ର ଗଞ୍ଜାମ ଜିଲ୍ଲା ଗସ୍ତ କରି ସର୍କିଟ ହାଉସ ଠାରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସୂଚନା ଅଧିକାର ନିୟମ ମୁତାବକ ବିଭିନ୍ନ ଧାରା ଉପରେ ବିଶଦ୍ ତର୍ଜମା କରିବା ସହ ଆଲୋଚନା କରିଥିଲେ । ପ୍ରତି ସରକାରୀ କାର୍ଯ୍ୟାଳୟର ଅଧିକାରୀ ମାନେ କାର୍ଯ୍ୟାଳୟ ସମ୍ଭନ୍ଧୀୟ ୪(ଖ) ମୁତାବକ ପରିପ୍ରକାଶ ପାଇଁ କହିଥିଲେ । ଜନ ସୂଚନା ସଚେତନତା ଅଧିକାରୀ ମାନଙ୍କୁ ସୀମାନ୍ତରେ ତାଲିମ ପ୍ରଦାନ ସହିତ ଉଚ୍ଚ ନ୍ୟାୟାଳ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟଳୟ ସୂଚନା ଅଧିକାର ବାବଦରେ ବିଭିନ୍ନ ସମୟରେ ହେଉଥିବା ଅଦାଲତ ରାୟ ଉପରେ ସଚେତନ ରହିବାକୁ କହିଥିଲେ । ଓଡିଶା ରାଜ୍ୟ ସୂଚନା କମିସନରଙ୍କ ପାଖରେ ପ୍ରାୟ ୧୩ ହଜାର ଅପିଲ ମୋକଦମା ବିଚାରାଧିନ ଅଛି । ଜନସୂଚନା ଅଧିକାରୀ ମାନଙ୍କ ସ୍ତରରେ ଦରଖାସ୍ତକୁ ସଠିକ ତର୍ଜମା କରି ସୂଚନା ପ୍ରଦାନ କଲେ ପ୍ରଦାନ କଲେ କମିସନରଙ୍କ ପାଖରେ ଅପିଲ ହ୍ରାସ ପାଇବ ବୋଲି କହିଥିଲେ । ସୂଚନା ଅଧିକାର ଓ ଜିଲ୍ଲା ସ୍ତରୀୟ ତାଲିମ୍ ଓ ରାଜସନ୍ୱ ବିଭାଜନର ସ୍ତରୀୟ ତାଲିମ୍ ରାଜସ୍ୱ ବିଭାଜନ ସ୍ତରୀୟ ତାଲିମ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ଦରଖାସ୍ତ କାରୀଙ୍କୁ ନିରାଶ କଲେ କମିସନ ଏହାକୁ ଗୁରୁତର ସହ ନେବା ସହ ଦଣ୍ଡବିଧାନ କରିବାକୁ ବାଧ୍ୟ ହ୍ରୁଅନ୍ତି ।ଏପରି ମନୋବୃତ୍ତି କୁ ତ୍ୟାଗ କରିବାକୁ କମିସନର କହିଥିଲେ । ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆଯୁକ୍ତ ଟି ଆଓ, ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ,ଗଂଜାମ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ ,ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ର କୁଳପତି ଡକ୍ଟର ଅମରେନ୍ଦ୍ର ନାରାୟଣ ମିଶ୍ର ,ରେଜିଷ୍ଟ୍ରାର କିଶୋର ଚନ୍ଦ୍ର ଦାଶ ପ୍ରଭୂତି ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ