ରାଜ୍ୟ ରାଜପଥ ସଂପ୍ରସାରଣ ପାଇଁ ବାଦ ପଡିଲାନି ମେଡିକାଲ ଓ ପୋଷ୍ଟାଲ ପାଚେରୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ-ଆନନ୍ଦପୁର ୫୩ଂନ.ରାଜ୍ୟ ରାଜପଥର ସଂପ୍ରସାରଣ ପାଇଁ ବନ୍ତ ମେଡିକାଲ ଓ ପୋଷ୍ଟାଲ ପାଚେରୀ ବାଦ ପଡିନଥିବା ଦେଖାଯାଇଛି । ବ୍ଲକ ଛକ ଠାରୁ ଟିଲୋ କେନାଲ ଛକ ପର୍ଯ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍କୁ ସଂପ୍ରସାରଣ କରିବା ସହିତ ଡ୍ରେନେଜ୍ ବ୍ୟବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ବ୍ଲକ ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଆଜି ପୋଷ୍ଟାଲ ଛକ ଠାରୁ ପି.ଏନ୍‌.ବି ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ବେଳେ ବନ୍ତ ସବ୍ ପୋଷ୍ଟ ଅଫିସ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀକୁ ଜେସିବି ମେସିନ୍ ଦ୍ୱାରା ଭଙ୍ଗା ଯାଇଛି । ଗତ ୧ ବର୍ଷ ତଳେ ବନ୍ତ ଡାକ୍ତରଖାନା ପାଚେରୀକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିଲା । ଫଳରେ ମେଡିକାଲ ପରିସର ସୁରକ୍ଷିତ ରହିଥିଲା । ମାତ୍ର ଆଜି ପ୍ରଶାସନ ପକ୍ଷରୁ ଏହି ପାଚେରୀକୁ ଭାଙ୍ଗି ଦିଆଯାଇଛି । ସେହିପରି ବଜାର ଅଞ୍ଚଳରେ ବହୁସ୍ଥାନରେ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ଆଉ କେତେକ ସ୍ଥାନକୁ ଛାଡି ଦିଆଯିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜବରଦଖଲ ଉଚ୍ଛେଦ ବେଳେ ତହସିଲଦାର ଇନ୍ଦିରା ସାହୁ, ରାଜସ୍ୱ ନୀରିକ୍ଷକ ବିକାଶ ଦାସ, ତହସିଲ ଅମିନ ଅଜାତଶତ୍ରୁ ଦାସ, ତାପସ ରଞ୍ଜନ ଜେନା, ଗଜେନ୍ଦ୍ର ଦାସ, ଉମାକାନ୍ତ ରାଉତ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ବେହେରା, ସାମାଜିକ ଆକଳନ ଅଧିକାରୀ ପ୍ରିୟଦର୍ଶୀ ଜେନା, ଭୂଅର୍ଜ୍ଜନ ବିଭାଗ କର୍ମଚାରୀ ଶ୍ୟାମ ସୁନ୍ଦର ଜେନା ଉପସ୍ଥିତ ଥିଲେ । ଆଇନ ଶୃଂଖଳା ପରିସ୍ଥିତ ସୃଷ୍ଟି ହେବା ଆଶଙ୍କା କରି ବନ୍ତ ପୋଲିସ ସମେତ ଏକ ପ୍ଲାଟୁନ୍ ଫୋର୍ସ ଜଗି ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ