ରାଜ୍ୟ ସଂଖ୍ୟାଲଘୁ ସେଲ୍ର ଉପସଭାପତି ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ- ଅନିସୁର ରହେମାନ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିିଜେଡ଼ି ସଂଖ୍ୟାଲଘୁ ସେଲ୍ର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି । ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର ଅନିସୁର ରହେମାନଙ୍କୁ ବିଜେଡ଼ି ସଂଖ୍ୟାଲଘୁ ସେଲ୍ର ରାଜ୍ୟ ଉପସଭାପତି ପଦୀରେ ନିଯୁକ୍ତ କରିଥିବାରୁ ଅନିସୁର ରହେମାନ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସଂଖ୍ୟାଲଘୁ ସେଲ୍ର ସଭାପତି ମୁନ୍ନା ଖାଁକୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ରହେମାନ ବିଜେପି ଦଳର ସଂଖ୍ୟାଲଘୁ ସେଲ୍ର ସଦସ୍ୟ ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ସେ ଗତ ନଭେମ୍ବର ମାସରେ ବିଜେଡ଼ିରେ ଯୋଗଦାନ କରିଥିଲେ । ମୋତେ ସଂଖ୍ୟାଲଘୁ ସେଲ୍ର ରାଜ୍ୟ ଉପସଭାପତି ଦାୟିତ୍ୱ ଦେଇଥିବାରୁ ମୁଁ ନିଷ୍ଠାର ସହ ମୋର କର୍ତ୍ତବ୍ୟ ସମ୍ପାଦନ କରିବି ବୋଲି ସେ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ