ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ ନିର୍ବାଚନୀ ପଦଯାତ୍ରା

ବାଲେଶ୍ୱର,(ଓ୍ବାଇଏନ୍ଏସ୍):ଦଳୀୟ ପ୍ରାର୍ଥୀ ଶ୍ରୀମାନ ମାନସ କୁମାର ଦତ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିବା ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ଆଜି ସକାଳେ ୯ଟା ୩୦ ମିନିଟରେ ଫାଣ୍ଡି ଛକରୁ ପଦଯାତ୍ରା ଆରମ୍ଭ କରି ନୂଆ ବଜାର ହୋଇ ଝାଡେଶ୍ବର ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଛନ୍ତି।ପଦଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ଚର୍ଚ୍ଚା କଲାବେଳେ ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିଥିଲେ ଯେ ବାଲେଶ୍ବରର ଅର୍ଥନୈତିକ ବିକାଶ ନିମନ୍ତେ ମୋଦି ସରକାରଙ୍କ ତତ୍ପରତା ବେଶ ପ୍ରଣିଧାନ ଯୋଗ୍ଯ। ଜାତୀୟ ରାଜପଥ ୧୬ର ଭଦ୍ରକ ବାଲେଶ୍ବର ଅଂଶକୁ ଛଅ ଲେନ୍ ବିଶିଷ୍ଟ କରିବା ନିମନ୍ତେ କାର୍ଯ୍ୟଦେଶ ପ୍ରଦାନ ସରିଛି। ଏଥିପାଇଁ ୯୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ବାଲେଶ୍ବରର ହିଡି ଗାଆଁରେ ଅଶୋଧିତ ତୈଳ ପାଇପ୍ ଲାଇନର ପମ୍ପ ଷ୍ଟେସନ ଏବଂ ୪୦୦ କୋଟି ଟଙ୍କା ବିନିଯୋଗରେ ୭୧୦ କିଲୋ ମିଟର ଦୈର୍ଘ୍ଯ ବିଶିଷ୍ଟ ପାରାଦ୍ବୀପ-ହଲଦିଆ-ଦୂର୍ଗାପୁର ଏଲପିଜି ପାଇପ୍ ଲାଇନର ଡେଲଇଭାରି ଷ୍ଟେସନ ବାଲେଶ୍ବର ଠାରେ ସ୍ଥାପିତ ହୋଇଥିବାରୁ ତାହା ସେ ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପ୍ରକାଶ କରିଥିଲେ। ତା’ସହିତ ବାଲେଶ୍ବର ଏଲପିଜି ପ୍ଲାଣ୍ଟର କ୍ଷମତା ବୃଦ୍ଧି ହୋଇଛି। ଘର ମାନଙ୍କୁ ସିଧାସଳଖ ପାଇପ ଯୋଗେ ଇନ୍ଧନ ଗ୍ଯାସ ଯୋଗାଣ ପାଇଁ “ସିଟି ଗ୍ଯାସ୍ ବିତରଣ” ବ୍ଯବସ୍ଥା ହାତକୁ ନିଆଯାଇଛି। ଏହି ବ୍ଯବସ୍ଥାରେ ଉପକୃତ ହେବାକୁ ଯାଉଥିବା ୧୭ଟି ଜିଲ୍ଲା ମଧ୍ୟରୁ ବାଲେଶ୍ବର ହେଉଛି ଅନ୍ୟତମ। ଏହାଦ୍ବାରା ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଗ୍ଯାସ୍ ଉପଭୋକ୍ତା ଜଞ୍ଜଳ ମୁକ୍ତ ହେବା।ଆଜିର ପଦଯାତ୍ରାରେ ଶ୍ରୀଯୁକ୍ତ ମହାନ୍ତିଙ୍କ ସହିତ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପର୍ଶୁରାମ ବେହେରା, ସୀତାକାନ୍ତ ସ୍ବାଇଁ, ଶିପ୍ରା ବାଜପେୟୀ, ଶଭୋନା ମହାନ୍ତି, କମଳା ବିନ୍ଧାଣୀ, ସୁଷମା ରାଣୀ ବିଶ୍ବାଳ, ପିଙ୍କି ପ୍ରଧାନ, ସରୀତା ଗିରୀ, ହରପ୍ରିୟା ସାହୁ, ସରୋଜ ହାଜରା ଓ ହରେନ୍ଦ୍ର ପ୍ରଧାନ ପ୍ରଭୃତି ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ