ରାଜ୍ୟ ସମବାୟ ନୀତି ୨୦୨୫ ସମ୍ବନ୍ଧିତ ଆଞ୍ଚଳିକ କର୍ମଶାଳା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅଡିଟୋରିୟମ କେନ୍ଦୁଝର ଠାରେ ପାଞ୍ଚ ଗୋଟି ଜିଲ୍ଲା ଯଥା- କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଯାଜପୁର ଓ ଭଦ୍ରକ କୁ ନେଇ ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ଉପରେ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମାନ୍ୟବର ସମବାୟ , ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବାୟ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିର ବିକାଶ ସହିତ ସଶକ୍ତ ଓଡ଼ିଶା ତଥା କେନ୍ଦ୍ର ସରକାରଙ୍କ “ସହକାର ସେ ସମୃଦ୍ଧି “ ନୀତି ମାଧ୍ୟମରେ ଦେଶର ଅସଂଖ୍ୟ କୃଷକ, ମହିଳା ତଥା ଗ୍ରାମାଞ୍ଚଳର ଲୋକମାନଙ୍କର ଆର୍ଥିକ, ସାମାଜିକ ତଥା ସାଂସ୍କୃତିକ ବିକାଶ ନିମନ୍ତେ ଏକ ନୂତନ ସମବାୟ ଚିଠା ନୀତି ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଏହାକୁ କିପରି ଏକ ସୁଦୃଢ ସମବାୟ ନୀତି ପ୍ରସ୍ତୁତ ହୋଇ ପାରିବ, ଏଥିପାଇଁ ଉପସ୍ଥିତ ସମସ୍ତ, ସମବାୟବିତ, ଅଗ୍ରଣୀ ବୁଦ୍ଧିଜୀବି, କୃଷକ, ଜନସାଧାରଣ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟାନ୍ୟ ବରେଣ୍ୟ ଅତିଥିଙ୍କ ମଧ୍ୟରେ ମାନ୍ୟବର ବିଧାୟକ, ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ମାନ୍ୟବର ବିଧାୟକ ପାଟଣା ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକ, ବିଶିଷ୍ଠ ସମବାୟବିତ ତଥା ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ଚିଠା କମିଟିର ପ୍ରମୁଖ ସଦସ୍ୟ  ଶ୍ରୀଯୁକ୍ତ ଯଜ୍ଞେଶ୍ଵର ବାବୁ, ପ୍ରଖ୍ୟାତ ସମବାୟବିତ ପ୍ରଫେସର ହରେକୃଷ୍ଣ ମିଶ୍ର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ଚିଠା କମିଟିର ସଦସ୍ୟ ଶ୍ରୀଯୁକ୍ତ ଗୋପବନ୍ଧୁ ଶତପଥି, ବରିଷ୍ଠ ସମବାୟବିତ ତଥା ଚିଠା କମିଟିର ସଦସ୍ୟ ଶ୍ରୀଯୁକ୍ତ ଅଜୟ କୁମାର ସାହୁ, ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ , ଯୁଗ୍ମ ନିବନ୍ଧକ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ, ଯୁଗ୍ମ ନିବନ୍ଧକ, ସମବାୟ ସମିତି ସମୂହ, ଓଡ଼ିଶା ଉପସ୍ଥିତ ଥିଲେ । କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ବର , ଯାଜପୁର ଓ ଭଦ୍ରକ ଜିଲ୍ଲାର  ସମବାୟବିତ, ବୁଦ୍ଧିଜୀବି, ଅଗ୍ରଣୀ କୃଷକ, Ph.D/M.Phil ଛାତ୍ର/ଛାତ୍ରୀ, ଜନସାଧାରଣ ପ୍ରମୁଖ ଯୋଗ ଦେଇ ଏକ ସୁଦୃଢ ସମବାୟ ନୀତି ଗଠନ ଦିଗରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏଥିରେ ପାଞ୍ଚଟି ଜିଲ୍ଲାର ସମସ୍ତ ଉପନିବନ୍ଧକ, ସମବାୟ ସମିତି ସମୂହ ତଥା ଅନ୍ୟାନ୍ୟ ସମବାୟ ବିଭାଗର ଅଧିକାରୀମାନେ ଯୋଗ ଦେଇ କର୍ମଶାଳାର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ । ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ କାର୍ମଶାଳା ସରକାରଙ୍କ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଉପସ୍ଥିତ ସମବାୟବିତ ଓ ବୁଦ୍ଧିଜୀବି ମତ ପ୍ରକାଶ କରିଥିଲେ । ଉକ୍ତ କାର୍ମଶାଳାଟି ଉପନିବନ୍ଧକ କେନ୍ଦୁଝର ଶ୍ରୀଯୁକ୍ତ ପର୍ଶୁରାମ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଅନୁଷ୍ଠିତ ହୋଇଥିଲା । ସମବାୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ, ଶ୍ରୀ ଏକାଦଶୀ ଦାସ,  ସହକାରୀ ନିବନ୍ଧକ, ବାଲେଶ୍ଵର, ମଙ୍ଗଳ ସୋରେନ, ବରିଷ୍ଠ ସହକାରୀ ନିବନ୍ଧକ ଚମ୍ପୁଆ, ରାମଚନ୍ଦ୍ର ବିଶ୍ଵାଳ, ସହକାରୀ ନିବନ୍ଧକ ଅନନ୍ଦପୁର, ବସନ୍ତ ନାୟକ , ସହକାରୀ ନିବନ୍ଧକ କରଞ୍ଜିଆ, ସୁଶୀଲ ଚନ୍ଦ୍ର ନାଏକ, ହେମନ୍ତ କୁମାର ନାଏକ, ବିମ୍ବାଧର ନାଏକ, ଯତୀନ ମହାନ୍ତ, ବିଭୁତି ଭୂଷଣ ନାଏକ, ଦିବ୍ୟରଞ୍ଜନ ସେଠୀ, ରଞ୍ଜନ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଏହି  କର୍ମଶାଳାରେ ଉପନିବନ୍ଧକ କେନ୍ଦୁଝର ଶ୍ରୀଯୁକ୍ତ ପର୍ଶୁରାମ ପାତ୍ର ସ୍ଵାଗତ ଭାଷଣ ଦେଇଥିଲେ ଓ ଉପନିବନ୍ଧକ ମୟୂରଭଞ୍ଜ ଶ୍ରୀଯୁକ୍ତ ଅଶୋକ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ