ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭାଜପା ନେତା ଓ କର୍ମୀ,ଛତ୍ରପୁର ବ୍ଲକ ଘେରାଉ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ବୁଧବାର ଘେରାଉ କରିଥିଲା ଭାଜପା। ଭାଜପା ଅନୁସୂଚିତ ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ଅପର ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଘେରାଉ କରିଥିଲେ l ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ଗେଟ ସମୁଖରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଭାଜପା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଓ ବର୍ତ୍ତମାନ ଜିଲ୍ଲାସଭାପତି ଡ଼ଃ ସୁବାଷ ସାହୁ । ଖଣି, ପାଣି ଓ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ହିସାବ ରାଜ୍ୟ ସରକାର ଦେବାକୁ ପଡିବ ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। ୧୮ ଲକ୍ଷ ୮୩ ହଜାର କୋଟିର ହିସାବ ଅପରାଗ ସରକାର ଦେଇ ପାରୁନି ବୋଲି ଜିଲ୍ଲା ସଭାପତି ଡ଼ଃ ସୁବାଷ ସାହୁ କଟାକ୍ଷ କରିଥିଲେ। ଏଥିସହ ଚିଟଫଣ୍ଡ ଦୁର୍ନୀତିରେ ଲିପ୍ତ ବିଜେଡି ସରକାର ୪୦ ଲକ୍ଷ ପରିବାରଙ୍କୁ ଠକି ଚାଲିଥିବା କଥା ସେ ଦୋହରାଇ ଥିଲେ।ରାଜ୍ୟରେ ବର୍ତ୍ତମାନ ତାମିଲ ସରକାର ଚାଲିଛି ବୋଲି କହି ୫ଟି ଅଧକ୍ଷଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା । ଅଙ୍ଗନବାଡିରେ ଛୋଟ ଶିଶୁ ମାନଙ୍କୁ ନିମ୍ନମାନର ଖାଦ୍ୟ ଦେଇ ସେମାନଙ୍କ ଟଙ୍କା ମଧ୍ୟ ସରକାରୀ ବାବୁମାନେ ଖାଇଯାଉଛନ୍ତି। ବିକାଶ ନାମରେ ବିନାଶ ଚାଲିଛି ଏବଂ ଶତକଡା ଦଶ ପରସେଣ୍ଟ ପିସି ନେତା ଠାରୁ ମନ୍ତ୍ରୀ ମାନେ ନେଉଥିବା ସେ ଅଭିଯୋଗ କରିଥିଲେ। ଭାଜପା ନେତା ଓ କର୍ମୀ ରାସନ କାର୍ଡ, ଭତ୍ତା ଏବଂ ପାଇଖାନା ଦୁର୍ନୀତି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ପଦ୍ମ ଚରଣ ସାହୁ, ସଂଜିତ କୁମାର ରାଉଳ, ପ୍ରଦୀପ କୁମାର ପାଢ଼ୀ,ଏନ. ଦୀନବନ୍ଧୁ,ଭୀମସେନ ବେହେରା,କୀର୍ତନ ଦାସ,କେ ଚନ୍ଦ୍ର ଶେଖର ରେଡ୍ଡୀ, ସମ୍ପଦ ନାହାକ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ, ଏନେଇ ଏକ ଦାବୀ ପତ୍ର ଓଡିଶା ର ମହାମହିମ ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟ ରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ ଙ୍କୁ ଭାଜପା ପକ୍ଷରୁ ପ୍ରଦାନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ