ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ;ଆଜିବି ଝାଟି ମାଟି ଏବଂ ପଲିଥିନ୍ ଘରେ ବିତୁଛି ଜୀବନ
ଘଟଗାଁ,(ନାରାୟଣ ପଲାଇ):ଉଭୟ କେନ୍ଦ୍ର ଏବଂ ରାଜ୍ୟ ପ୍ରତ୍ୟେକ ଦିନ ଅନେକ ଗରିବ ବାସହରା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର କିମ୍ବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଇ ଘର ଯୋଗାଉଥିବା ଦେଖିବାକୁ ମିଳୁଥିବା ବେଳେ ଅନେକ ଲୋକ ଆଜିବି ଝାଟି ମାଟି ଏବଂ ପାଲ ପଲିଥିନ୍ ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସୁନାରୀପଶୀ ଗାଁରେ । ଗାଁର ଚରଣ ମୁଣ୍ଡା ଆଜକୁ ତିନି ବର୍ଷ ହେବ ଏକ ଝାଟି, ପିଲିଥିନ୍କୁ ଘରର କାନ୍ଥ କରି ରହୁଥିବା ଦେଖିବାକୁ ମିଳୁଛି । ଚରଣ ଦିନ ମଜୁରୀଆ ହୋଇଥିବାରୁ ଘର ଖଣ୍ଡିଏ ବନାଇବାକୁ ସକ୍ଷମ ନାହିଁ ତାର ।କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସୁନାରିପଶୀ ଗାଁର ରାଜାବନ୍ଧ ସାହିର ଚରଣ ମୁଣ୍ଡା । ବୟସ ପାଖାପାଖି ୪୦ ହେବ । ପରିବାରରେ ସ୍ତ୍ରୀ ସହିତ ତିନୋଟି ପୁଅ । ଚରଣ ଜଣେ ଦିନ ମଜୁରୀଆ ଖଟିଖିଆ ଲୋକ । ପ୍ରତ୍ୟେକ ଦିନ ଯାହା ମୁଲମଜୁରି କରି ଆଣିଥାଏ, ସେସବୁ ପରିବାରର ଖାଇବାକୁ ମଧ୍ୟ ଅଂଟେନାହିଁ । ପୂର୍ବରୁ ସେ ବରାହଟିପୁରା ଗାଁରେ ରହୁଥିଲେ, ବାପା ଚାଲି ଗଲା ପରେ ବାସ ହରା ହୋଇ ଆଜକୁ ତିନି ବର୍ଷ ହେବ ସୁନାରିପଶି ଗାଁର ରଜାବନ୍ଧ ସାହିରେ ରହୁଛନ୍ତି । ଚରଣ ସ୍ତ୍ରୀ ସହିତ ତିନି ପୁଅଙ୍କୁ ନେଇ ନାହିଁ ନଥିବା ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଠିକ୍ସେ ନିଜ ପରିବାରର ଗୁଜରାଣ ମେଂଟାଇପାରୁ ନଥିବା ଚରଣ ଘର ଖଣ୍ଡିଏ ବନାଇବା ପାଇଁ ତା ପାଖରେ ସମ୍ବଳ ନାହିଁ । ଯାହାଫଳରେ ଆଜକୁ ତିନି ବର୍ଷରୁ ଉର୍ଦ୍ଧ୍ୱ ହେବ ଝାଟି, ପଲିଥିନକୁ କାନ୍ଥ କରି ଗୋଟିଏ ଝାଟି ଘରେ ରହୁଛନ୍ତି । ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ୍ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ପାଇଁ ସରକାଙ୍ଗ ପ୍ରଧାନ ମନ୍ତ୍ରୀ ଏବଂ ବିଜୁ ବିଜୁ ପକ୍କା ଘର ଯୋଜନା ସାତସପନ । ତେବେ ବାସହରା ଲୋକମାନଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ଆଜିବି ଅନେକ ଲୋକ ଏଭଳି ଅବସ୍ଥାରେ ଝାଟି, ପଲିଥିନ୍କୁ କାନ୍ଥ କରି ରହୁଛନ୍ତି । ଚରଣ ମଧ୍ୟ ଆଜକୁ ତିନି ବର୍ଷ ହେବ ଏହି ଝାଟିମାଟିରେ ତିଆରି କାନ୍ଥ ପାଂଚ ଜଣ ପରିବାରକୁ ନେଇ ଏଭଳି ଦୁର୍ଦିନରେ ରହୁଛି । ତେବେ ଆମ ପ୍ରତିନିଧି ଚରଣଙ୍କ କରୁଣ କାହାଣୀ ଘଟଗାଁ ବିଡିଓଙ୍କ ପାଖରେ ଅବଗତ କରାଇବାରୁ ସେ ଖୁବଶିଘ୍ର ସରକାରଙ୍କ ଆବାସ କିମ୍ବା ପ୍କ୍କା ଘର ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଘର ଖଣ୍ଡିଏ ଦେବାର ବ୍ୟବସ୍ଥା କରିବେ ବୋଲି ପ୍ରତିସୃତି ଦେଇଛନ୍ତି ।