ରାଜ୍ୟ ସରକାରଙ୍କ ଭତା ଯୋଜନାରେ ସାମିଲ ହେଲେ ସରଣାର୍ଥୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆଦିବାସୀ ବହୁଳ ଅଚଂଳ ଯାହାକି ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ ୩୯ଟି ପଚାଂୟତକୁ ନେଇ ମୋହନା ବ୍ଳକ । ଏଠାରେ ବସବାସ କରନ୍ତି ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହି ବ୍ଳକର ଏହି ବ୍ଳକର ଚନ୍ଦ୍ରଗିରି ନିକଟରେ ଥିବା ଜିରାଙ୍ଗ ପାଂଚଆମ୍ବ ଲବାରସିଂ ଏବଂ ଚନ୍ଦଗ୍ରିିରି ବସବାସ କରୁଛନ୍ତି ତିବତିୟ ଶରଣାର୍ଥୀ । ସରକାର ସେମାନଙ୍କୁ ରହିବା ପାଇଁ ଯାଗା ଯୋଗାଇଛନ୍ତି ଏବଂ ସେମାନେ ନିଜେ ହିଁ ନିଜେ ନିଜର ପେଟ ପୋଷିବା ପାଇଁ ସୁଇଟର ବ୍ୟବସାୟ ତ କିଏ ଚାଷ କରି ନିଜ ପରିବାରର ଗୁଜୁରାଣ ମେଂଟାଉଛନ୍ତି । ହେଲେ ସରକାରଙ୍କ ତରଫରୁ ସେମାନଙ୍କୁ କୌଣସି ପ୍ରକାର ଘର, ରେସନ କାର୍ଡ ଭଳି ସୁବିଧା ଯୋଗାଇ ନାହାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସେମାନଙ୍କୁ ପେନସନ୍ ଯୋଜନାରେ ଭତା ବଂଟନ କରାଯାଇଛି । ଜିରାଙ୍ଗ ପଚାଂୟତରେ ୩୧ ଜଣ ଲବାରସିଂ ପଚାଂୟତରେ ୫୪ ଜଣ, ଚନ୍ଦଗ୍ରିରି ପଚାଂୟତରେ ୪୦ ଜଣ ସେଥି ମଧ୍ୟରୁ କିଛି ଭିନ୍ନକ୍ଷମଙ୍କୁ ୭୦୦ ଟଙ୍କା ଲେଖାଏଁ ଭତା ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଭତା ବଂଟନ କରିଛନ୍ତି ସରପଂଚ ଓ ପିଇଓଙ୍କ ଉପସ୍ଥିତରେ । ତିବତୀୟ ସରଣାର୍ଥୀମାନ ଏହି ଭତା ଯୋଜନାରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ