ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ,କଳାକାରଙ୍କ ଦରଖାସ୍ତ ଆବେଦନ ଜୁନ ୩୦ କୁ ବୃଦ୍ଧି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ ପ୍ରସ୍ତୁତି ନିମନ୍ତେ ବ୍ୟକ୍ତିଗତ କଳାକାରଙ୍କ ଦରଖାସ୍ତ ଆବେଦନ ତାରିଖ ୩୦ଜୁନକୁ ବୃଦ୍ଧି କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ ପ୍ରସ୍ତୁତି ନିମନ୍ତେ ବ୍ୟକ୍ତିଗତ କଳାକାରଙ୍କ ଦରଖାସ୍ତ ଆବେଦନର ଶେଷ ତାରିଖ ଗତ ମଇମାସ ୩୦ତାରିଖ ଥିଲା । କିନ୍ତୁ ଏହି ସମୟ ମଧ୍ୟରେ ବହୁ କଳାକାର ଆବେଦନ ନକରିବା ଏବଂ ବିଶେଷକରି କୋଭିଡ -୧୯ ବିପର୍ଯ୍ୟୟ କାରଣରୁ ଅନେକ କଳାକାରଙ୍କ ଆବେଦନ କରିବାରେ ପ୍ରତିବନ୍ଧକକୁ ରାଜ୍ୟ ସରକାର ବିଚାରକରି ଏବେ ଆବେଦନର ଶେଷ ତାରିଖକୁ ଜୁନମାସ ୩୦ତାରିଖକୁ ବୃଦ୍ଧି କରିଛନ୍ତି । ତେଣୁ ଆବେଦନ କରିନଥିବା କଳାକାରମାନେ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ କରିବା ସହ ଆବଶ୍ୟକ ପ୍ରମାଣପତ୍ର ଓ ସେମାନଙ୍କ ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ୨୫୦ ଶଦ୍ଦ ମଧ୍ୟରେ ସ୍ୱଲିଖିତ ଲେଖା ନିଜ ଦରଖାସ୍ତରେ ସଂଲଗ୍ନ କରି ସଂପୃକ୍ତ ଅଚଂଳର ବିଡିଓ କିମ୍ବା ପୈାରନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୁନମାସ ୩୦ତାରିଖ ମଧ୍ୟରେ ଦାଖଲ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଥିବା ଏହି ଶେଷ ତାରିଖ ଆଉ କୈାଣସି ପରିସ୍ଥିତିରେ ବୃଦ୍ଧି କରାଯିବ ନାହିଁ । ଏଣୁ ଜିଲ୍ଲାର ସମସ୍ତ କଳାକାର,ସମସ୍ତ ବ୍ଲକ କଳାକାର ସଙ୍ଘର ଉପସଭାପତି,ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପସଭାପତି ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାଧ୍ୟମରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।


