ରାଜ୍ୟ ସରକାରୀ କର୍ମଚାରୀ ସଂଘର ଛତ୍ରପୁର ଶାଖାର ବାର୍ଷିକ ସମ୍ମିଳନୀ ,  ନୂତନ କର୍ମକର୍ତା ଚୟନ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉକ୍ତଳ ଏକାଡ଼େମୀ କଲେଜ ପରିସରରେ ଓଡ଼ିଶା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ବାର୍ଷିକ ସମ୍ମିଳନୀ ଶାଖାର ସଭାପତି ନିରଞ୍ଜନ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗ ଦେଇ ସଂଘର ଉତରୋତର ଉନ୍ନତି କାମନା କରିଥିଲେ । ମୁଖ୍ୟ ବକ୍ତା ଭାବେ ପିଏନୟୁଏ କଲେଜର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାସ ଯୋଗ ଦେଇ ସଂଘର ସଦସ୍ୟ ସଦସ୍ୟା ମାନଙ୍କୁ ଶୃଙ୍ଖଳିତ ରହି କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ନରସିଂହ ଆଚାରୀ, ଉପସଭାପତି ଉମା ଚରଣ ସାହୁ, ସାଧାରଣ ସମ୍ପାଦକ ସୋମନାଥ ସାହୁସମ୍ପାଦକ କିଶୋର ଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପାଢୀ, ହିସାବ ନିିରିକ୍ଷକ ଦଣ୍ଡପାଣି ରାଉଳ, ଉପଦେଷ୍ଟା, ଗୋବିନ୍ଦ ପୋଲେଇଙ୍କ ସମେତ ବହୁ ସଦସ୍ୟମାନେ ନିଜ ନିଜ ବକ୍ତବ୍ୟରେ ସଂଘକୁ ସୁଦୃଢ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହା ସହ ନୀୟମିତ ବୈଠକ କରିବା ଏବଂ ସଂଘରେ ଅଧିକରୁ ଅଧିକ ସଦସ୍ୟ ସାମିଲ୍ କରିବା ନିମନ୍ତେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ସୋମନାଥ ସାହୁ ଅତିଥି ମାନଙ୍କୁ ଆବାହନ କରିଥିଲେ । ପ୍ରଫୁଲ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଘ୍ନେଶ୍ୱର ରଥ ବେଦ ମନ୍ତ୍ର ପାଠ କରିଥିଲେ । ଶାନ୍ତି କୁମାରୀ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମସ୍ତ ଅତିଥି ମାନଙ୍କୁ ଜି. ପାପା ରାଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହି ଅବସରରେ ୮୦ବର୍ଷରୁ ଉଦ୍ଧ୍ୱର୍ ୧୦ଜଣ ବରିଷ୍ଠ ପେନସନଭୋଗୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେମାନେ ହେଲେ ବି. ଶ୍ୟାମ ମୃର୍ତି ସୁବୁଦ୍ଧି, ୱାଇ. ଧର୍ମା ରାଓ, ରାମପ୍ରସାଦ ପଟ୍ଟନାୟକ, ନବଘନ ପଟ୍ଟନାୟକ, ଜଗନ୍ନାଥ ପୁରୋହିତ, ମନୋରଞ୍ଜନ ବେହେରା, ଦୁଧିଷ୍ଟ୍ରି ମିଶ୍ର, ବି. ପୁରୁଷୋତମ ପ୍ରଧାନ, ସୋମନାଥ ସେନାପତି, ନଦିଆଚାନ୍ଦ ସାବତ । ପରେ ଛତ୍ରପୁର ଶାଖାର ନୂତନ କର୍ମକର୍ତା ଚୟନ କରାଯାଇଥିଲା ।
ସଭାପତି ଭାବେ ନରସିଂହ ଆଚାରୀ, ଉପସଭାପତି ଭାବେ ହରିକୃଷ୍ଣ ସାହୁ, ସାଧାରଣ ସମ୍ପାଦକ ଭାବେ ସୋମନାଥ ସାହୁ, ସମ୍ପାଦକ ଭାବେ କିଶୋର ଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ଭାବେ ବ୍ରହ୍ମାନନ୍ଦ ପାଢୀ, ହିସାବ ନିରୀକ୍ଷକ ଭାବେ ଦଣ୍ଡପାଣି ରାଉଳ, ଉପଦେଷ୍ଟା ଭାବେ ନିରଞ୍ଜନ ତ୍ରିପାଠୀ ଓ ଗୋବିନ୍ଦ ପୋଲେଇ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ପିତବାସ ପାଣିଗ୍ରାହୀ ଏବଂ ସୁରେନ୍ଦ୍ରନାଥ ପାଢୀ ମାନଙ୍କୁ ଚୟନ କରାଯାଇଥିବା ବେଳେ ୨୧ ଜଣିଆ କାର୍ଯ୍ୟକାରୀ ସଦସ୍ୟ ଗଠନ କରାଯାଇଛି । ଶେଷରେ ଉମାଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଛତ୍ରପୁର ବ୍ଲକ ଶତାଧିକ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ