ରାଜ୍ୟ ସୁରଭି କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲେ ଗଞ୍ଜାମ ଡିଇଓ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ଛତ୍ରପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ଓ ରାଜ୍ୟ ସ୍ତରୀୟ କଳା ଉତ୍ସବ-୨୦୨୪ ରେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରି ରାଜ୍ୟ ସ୍ତରରେ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀ ମାନଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଓ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଡ. ସରୋଜ ମୋହନ ପାଳ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି। ସେମାନେ ହେଲେ କୁଇଜ୍ ଜୁନିଅର ବିଭାଗରେ ପ୍ରଥମ ସ୍ଥାନ ଏବଂ ମାନସିକ ଦକ୍ଷତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆସିକା ବ୍ଲକରେ ଥିବା ଓଏଭି, ନିମିନାର ଛାତ୍ର ଚନ୍ଦ୍ର ଶେଖର ଜେନା, ପ୍ରବନ୍ଧ ଲିଖନ ଉଚ୍ଚ ମାଧ୍ୟମିକ ବିଭାଗରେ ଦ୍ଵିତୀୟ ସ୍ଥାନ ଏବଂ ସୃଜନଶୀଳ ଲିଖନରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଆଶୁତୋଷ ଚୌଧୁରୀ,କୁଇଜ୍ ଉଚ୍ଚ ମାଧ୍ୟମିକ ବିଭାଗରେ ଦ୍ଵିତୀୟ ସ୍ଥାନ ଓ ଶବ୍ଦ ପ୍ରହେଳିକା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବି ପି ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ବଡଗଡର ଛାତ୍ର ହରିହର ସାହୁ, ବକୃତା ବରିଷ୍ଠ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜି ଜେ ଉଚ୍ଚ ବିଦ୍ୟାଳୟ,ସିକୁଳାର ଛାତ୍ରୀ ଲିପସା ରାଣୀ ମହାପାତ୍ର, ବକୃତା ଉଚ୍ଚ ମାଧ୍ୟମିକ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିବା କେଏସୟୁବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଞ୍ଜ ନଗରର ଶତାବ୍ଦୀ ତ୍ରିପାଥି, ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ତୃତୀୟ ସ୍ଥାନ ପାଇଥିବା ଓ ଏ ଭି, ସତୃଶୋଲର ଛାତ୍ରୀ ସୋନାଲିଶା ସାହୁ,ଚିତ୍ରାଙ୍କନ ଦିବ୍ୟାଙ୍ଗ ବିଭାଗରେ ସ୍ଵତନ୍ତ୍ର ପୁରସ୍କାର ପାଇଥିବା ଜଉଗଡ ଉଚ୍ଚ ବିଦ୍ୟାଳୟର ଛାତ୍ର ଭବାନୀ ଶେଖର ବେହେରା, ଜୀବନ୍ତ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓ ଏ ଭି , ସତୃଶୋଲର ଛାତ୍ର ଦୀପକ ବେହେରା ଏବଂ କଳା ଉତ୍ସବରେ ବାଦ୍ୟଯନ୍ତ୍ରରେ ଭାଗ ନେଇ ତୃତୀୟ ସ୍ଥାନ ପାଇଥିବା ଭୂତ ସରସିଙ୍ଗି ଉଚ୍ଚ ବିଦ୍ୟାଳୟର ଛାତ୍ର ଜି ପପ୍ପୁ ରେଡ୍ଡୀ ଅଟନ୍ତି। ସେମାନଙ୍କ ଭବିଷ୍ୟତ ଜୀବନର ଉନ୍ନତି ଓ ମଙ୍ଗଳ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ