ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ଶାନ୍ତିର ବାର୍ତ୍ତାବହ ଜନିତ ସଚେତନତା ଶିବିର
(ଯୁଗାବ୍ଦ ନ୍ୟୁଜ) ବିଶ୍ୱ ସ୍କାଉଟ ସଂଗଠନ ଦ୍ୱାରା ଆହୁତ ଶାନ୍ତିର ବାର୍ତ୍ତାବହ କାର୍ଯ୍ୟକ୍ରମକୁ ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉଦ୍ଦେଶ୍ୟରେ ସ୍କାଉଟ, ଗାଇଡ୍, ରୋଭର ଓ ରେଞ୍ଜରମାନଙ୍କୁ ସଂପୂର୍ଣ୍ଣ ଅବଗତି କରିବା ନିମନ୍ତେ ଏକ ଶିକ୍ଷା ଶିବିର ରାଜ୍ୟ ମୁଖ୍ୟାଳୟ ପରିସରରେ ତା୧୧ା୦୩ା୧୯ରିଖ ଠାରୁ ତା୧୩ା୦୩ା୧୯ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ୧୫୦ ଜଣ ସ୍କାଉଟ, ଗାଇଡ୍ ଏବଂ ସୁନ୍ଦରଗଡ ଜିଲ୍ଲା ବରଗାଁଓସ୍ଥିତ ଆଇ.ଟି. ଆଇ. ମହାବିଦ୍ୟାଳୟରୁ ୧୬୦ ଜଣ ରୋଭର ଓ ରେଞ୍ଜର ଉକ୍ତ ।ିବିରରେ ଯୋଗଦାନ କରିଥିଲେ । ତା୧୧ା୦୯ା୧୩ ତାରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରି ଉକ୍ତ ଶିବିରରେ ଯୋଗଦାନକାରୀ ସମସ୍ତ ଶିବିରାର୍ଥୀମାନଙ୍କୁ ଉକ୍ତ ଶିକ୍ଷା ଶିବିର ସମାପ୍ତ ପରେ ନିଜ ନିଜ ବିଦ୍ୟାଳୟ ଅଞ୍ଚଳ ତଥା ପାଶ୍ୱର୍ବର୍ତ୍ତୀ ଜନସାଧାରଣଙ୍କ ମଧ୍ୟରେ ସଫଳତାର ସହ ଉକ୍ତ କାର୍ଯ୍ୟକ୍ରମକୁ ପହଞ୍ଚାଇ ବିଶ୍ୱ ସଂଗଠନର ଉକ୍ତ ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସଂପାଦକ ଶ୍ରୀ ରାମମୂର୍ତ୍ତି ଦୋରା ଶିବିରାର୍ଥୀମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇ ସ୍କାଉଟ/ଗାଇଡ୍ ସଂଗଠନର ପ୍ରତ୍ୟେକ କାର୍ଯ୍ୟକୁ ସଫଳ କରିବାରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ଗାଇଡ୍ ସଂଗଠନ ତଥା ତାଲିମ କମିଶନର ଶ୍ରୀମତୀ ଅନାମିକା ଦାସ ଶିବିରର ଆଭିମୁଖ୍ୟ ଖୁବ୍ ସରଳ ଭାବରେ ସ୍କାଉଟ ଗାଇଡ୍ମାନଙ୍କୁ ବୁଝାଇ ଦେଇ ତଦନୁସାରେ କାର୍ଯ୍ୟନିର୍ବାହ କରିବାକୁ ଆଶାବ୍ୟକ୍ତ କରିଥିଲେ । ଆଇ.ଟି.ଆଇ. ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରୁଣ କୁମାର ନାୟକ ଅତିଥିମାନଙ୍କୁ ସ୍ୱାଗତ କରି ଶିବିରର ସଫଳତା ପାଇଁ ସମସ୍ତଙ୍କୁର ସହଯୋଗ କାମନା କରିଥିଲେ । ଏହି ଅବସରରେ ରୋଭର ଓ ରେଞ୍ଜରମାନେ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ରହି ସଡକ ନିରାପତ୍ତା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ସହିତ ୧୩ା୩ା୧୯ରିଖ ପାଶ୍ୱର୍ବର୍ତ୍ତୀ କେତେକ ବସ୍ତିରେ ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇବା କାର୍ଯ୍ୟ ସଂପାଦନ କରିଥିଲେ ।