ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍‌ର “ଜାତୀୟ ବାଳିକା ଦିବସ” ଭର୍ଚୁଆଲ ମାଧ୍ୟମରେ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଜାତୀୟ କାର୍ଯ୍ୟାଳୟ, ନୂଆଦିଲ୍ଲୀ ଆନୁକୂଲ୍ୟରେ ଆଜି ସକାଳୁ ଜାତୀୟ ବାଳିକା ଦିବସ ଅବସରରେ ଏକ ୱେବିନାର ଆୟୋଜନ କରାଯାଇଥିଲା । ଏହି ୱେବିନାରରେ ବିଭିନ୍ନ ସ୍ଥାନରୁ ୩୮୦ ବାଳିକା ଏବଂ ମହିଳା ଯୋଗଦେଇ ନିଜ ନିଜର ମୂଲ୍ୟବାନ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଭାବରେ ଯୁଗ୍ମ ନିର୍ଦ୍ଦେଶକ (ପ୍ରୋଗ୍ରାମ ଏବଂ ଟ୍ରେନିଙ୍ଗ), ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌, ନୂଆଦିଲ୍ଲୀ ଶ୍ରୀମତୀ ଦର୍ଶନା ପାୱାସକର, ସମ୍ମାନିତ ଅତିଥିଭାବେ ରାଜ୍ୟ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ, ସହାୟତା ନିର୍ଦ୍ଦେଶକ (ଦକ୍ଷିଣାଚଂଳ) ଶ୍ରୀମତୀ କୁମୁଦ୍ ମେହେରା ଯୋଗଦେଇ “ବାଳିକା ଦିବସ”ର ମହତ୍ୱ ଏବଂ କିପରି ସମାଜରେ ମହିଳା ମାନଙ୍କୁ ସମାନତା ଅଧିକାର ମିଳିପାରିବ, ମହିଳାମାନେ କିପରି ନିଜେ ନିଜେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ପୁରୁଷ ଓ ନାରୀ ମଧ୍ୟରେ ପ୍ରତିଯୋଗିତା ନକରି କିପରି ସମସ୍ତେ ମିଳିମିଶି କାମ କରିପାରିବେ ଏହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଭଗବାନଙ୍କ ସୃଷ୍ଟିରେ ଝିଅମାନେ ଜନ୍ମରୁ ଶକ୍ତିମୟୀ । ମହାଲକ୍ଷ୍ମୀ, ମହା ସରସ୍ୱତୀ ତଥା ମହାମାୟାଙ୍କର ଶକ୍ତି ପ୍ରତ୍ୟେକ ବାଳିକା ମଧ୍ୟରେ ନିହିତ । ଏହି ଉକ୍ତିକୁ ଉତମରୂପେ ଉପଲବ୍ଧି କରିବାର ଆବଶ୍ୟକତା ରହିଛି । ଏହି ୱେବିନାରକୁ ଦକ୍ଷିଣ ପୂର୍ବ ରେଲୱେର ସଂଘମିତ୍ରା ଗୌତମ ଏବଂ ପଶ୍ଚିମବଙ୍ଗର ଓସିକା କୁଣ୍ଡୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ