ରାଜ୍ୟ ସ୍କାଉଟ୍ ଗାଇଡ଼୍ ସଂଗଠନ ଦ୍ୱାରା ଗାନ୍ଧି ଓ ଶାସ୍ତ୍ରୀ ଜୟନୀ ପାଳନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଆନୁକୂଲ୍ୟରେ ଆଜି ଗାନ୍ଧି ଏବଂ ଶାସ୍ତ୍ରୀଙ୍କର ଜୟନ୍ତୀ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି । କରୋନା କଟକଣା ମଧ୍ୟରେ ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମଚାରୀ ସମଦୂରତାର ସହ ମୁହଁରେ ମାସ୍କ ପରିଧାନ କରି ପ୍ରଥମେ ସର୍ବଧର୍ମ ପ୍ରାର୍ଥନା, ଗାନ୍ଧିଜୀଙ୍କର ପ୍ରିୟ ଗୀତ ରାମଧୂନ ଏବଂ ବୈଷ୍ଣବ ଜନତୋ ଗୀତ ଗାଇ ଏହି ଜୟନ୍ତିକୁ ପାଳନ କରିଥିଲେ । ଏତଦ୍ବ୍ୟତୀତ ସାରା ଓଡିଶାର ପ୍ରତ୍ୟେକ ଜିଲ୍ଲା ମହକୁମାରେ ଥିବା ସ୍କୁଲ କଲେଜରେ ମଧ୍ୟ ସ୍କାଉଟ ଏବଂ ଗାଇଡ୍ ମାନଙ୍କ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା ।