ରାଜ୍ୟ ସ୍କାଉଟ ଏବଂ ଗାଇଡ ସଂଗଠନର ରାଜ୍ୟ ପୁରସ୍କାର ଉତ୍ସବରେ ଶ୍ରୀ ପ୍ରାଣକୃଷ୍ଣ ବେହେରା ସମ୍ମାନୀତ

ରାଜଭବନ ପରିସରରେ ଓଡିଶା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ଆୟୋଜିତ ରାଜ୍ୟ ପୁରସ୍କାର ଉତ୍ସବରେ ଅଧୁନା କାର୍ଯ୍ୟରତ ରାଜ୍ୟ ସ୍କାଉଟ ସଂଗଠନ କମିଶନର ଶ୍ରୀ ପ୍ରାଣକୃଷ୍ଣ ବେହେରା ଦୀର୍ଘଦିନ ଧରି ସ୍କାଉଟ ଗାଇଡ କାର୍ଯ୍ୟକ୍ରମରେ ଉତ୍ସର୍ଗୀକୃତ ଭାବେ ନିଜକୁ ସଂଶ୍ଳିଷ୍ଟ କରିଥିବା ହେତୁ ରାଜ୍ୟ ଶାଖା ତରଫରୁ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଦୀର୍ଘକାଳୀନ ସେବା ପଦକ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ର ଓ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ମଧୁସୂଦନ ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ