ରାଜ୍ୟ ସ୍କାଉଟ ଗାଇଡ୍ କମିଶନରଙ୍କ କରୋନା ଓ ବାତ୍ୟା ବୈଠକ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଯଥାଶକ୍ତି ସହାୟତା ପ୍ରଦାନ କରିଆସିଛି । ଅଧୁନା ମହାମାରି ରୂପ ନେଇଥିବା କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସଂଗଠନ ତାହାର କାର୍ଯ୍ୟ ଅବ୍ୟାହତ ରଖିଛି । ଆଜି ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରାମମୂର୍ତ୍ତି ଦୋରାଙ୍କ ଉପସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ଏକ ବୈଠକ ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରେ କିପରି କରୋନା ମହାମାରୀର କାର୍ଯ୍ୟ ଚାଲୁଛି ତାହାର ତଦାରଖ କରିବା ସହିତ ବିଭିନ୍ନ ଜିଲ୍ଲାର ଜିଲ୍ଲା ସମ୍ପାଦକମାନଙ୍କୁ କିପରି ଅଧିକରୁ ଅଧିକ ଲୋକମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ପାରିବ ତାହା ଉପରେ ଅଧିକରୁ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଏବଂ ଆଗତ ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ନଜର ରଖି କେନ୍ଦ୍ରାପଡା, ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲା ସମ୍ପାଦକମାନଙ୍କୁ ଟେଲିଫୋନ ମାଧ୍ୟମରେ ସଜାଗ ରହିବାକୁ ଅନୁରୋଧ କରିବା ସହିତ ରିଲିଫ ଓ ଉଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ