ରାଜ୍ୟ ସ୍ତରୀୟ ଆଞ୍ଚଳିକ କଳା ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌) :ସଂସ୍କୃତି ଓ କଳାର ବିକାଶ ପାଇଁ  ସବୁବେଳେ  ପୁରପଲ୍ଲୀରୁ ଆଗ୍ରହ ହିଁ କଳା ସଂସ୍କୃତି ପରମ୍ପରା ବିଶ୍ୱସ୍ତରରେ ଉତ୍କଳ କୁ ରୁଦ୍ଧିମନ୍ତ କରିପାରିଛି ବୋଲି ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପିଣନ ପରିଷଦ ର  ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା  ଆଞ୍ଚଳିକ କଳା ଓ ସାଂସ୍କୃତିକ ମହୋତ୍ସବ  ଉଦଘାଟନ ପର୍ବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଲଙ୍ଗଳେଶ୍ୱର  ସ୍ଥିତ ଛତ୍ରେଶ୍ୱର ମହାପ୍ରଭୁଙ୍କ ଯାତ୍ରା ପଡ଼ିଆ ରେ  ପଲ୍ଲୀ ବିକାଶ ପାଠାଗାର ର ସଂସ୍କୃତି ବିଭାଗ ଆଞ୍ଚଳିକ କଳା ଓ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ରାଜ୍ୟ ଆଞ୍ଚଳିକ କଳା ଓ ସାଂସ୍କୃତିକ ମହୋତ୍ସବ2019.  ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି  ପୁର୍ବତନ ଉପବାଚସ୍ପତି ପଣ୍ଡା ଯୋଗଦେଇ  ଆଜିର ଦିନରେ ମୁଖ୍ୟମନ୍ତ୍ରୀ ଉତ୍କଳର  କଳାସଂସ୍କୃତି ର ବିକାଶ ରେ ଅତି ଅଭିନବ ଯୋଜନା କରି ଚାଲିଛନ୍ତି । ପୁରୀମନ୍ଦିର ର ନବକଳେବର , ଓ ଲିଙ୍ଗରାଜ ମନ୍ଦିର ପାଇଁ କରିଥିବା ଆକର୍ଷଣୀୟ ଯୋଜନା ସର୍ବଭାରତୀୟ ସ୍ତରରେ ଏକମାଇଲ ଖୁଣ୍ଟ ହେବ ବୋଲି କହିଥିଲେ । ଅନୁଷ୍ଠାନ ର ସଭାପତି  ଡାକ୍ତରପ୍ରହ୍ଲାଦ ବେହେରା ଙ୍କ ସଭାପତିତ୍ୱ ରେ ବିଶିଷ୍ଟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ସୋନାମ ପଲେଇ ଯୋଗଦେଇ ଏହିଅନୁଷ୍ଠାନ ର ଦୀର୍ଘବର୍ଷ ଧରି ବିଭିନ୍ନ ସଂଘର୍ଷ ଭିତରେ କାଳ ସଂସ୍କୃତି କୁ ବଞ୍ଚାଇ ରଖିଥିବାରୁ କୃତଜ୍ଞତା ପ୍ରକଟ କରିବା ସହ ଏହିଆଖପାଖ ଅଞ୍ଚଳରୁ  କଳାକାର ମାନଙ୍କ ଦକ୍ଷତା ପ୍ରତିପାତନ କରିବା ପାଇଁ ଏହିଅନୁଷ୍ଠାନ   ବିରାଟ ମାଧ୍ୟମ ରୁପେ କାର୍ଯ୍ୟକରିଆସୁଥିବାରୁ ଏହାର ଉନ୍ନତି ସମସ୍ତ ଙ୍କ ର ସହଯୋଗ ରହିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ରୁପେ  ବିଶିଷ୍ଟ ସମାଜସେବୀ ତଥା ନାରୀନେତ୍ରୀ ସୁଜାତା ସାବତ ପାଢ଼ୀ ଯୋଗ ଦେଇ ସଂସ୍କୃତି ର ରକ୍ଷା କଲେ ସମାଜସୁରକ୍ଷିତ ରହିବ । ଆମ ସଂସ୍କୃତି ଆମ ପରିଚୟ । ଉତ୍ତର ପିଢ଼ି ଙ୍କୁ ସଚେତନତା କରିବା ପାଇଁ ସରକାର ସମାଜ ଆଗେଇ ଆସନ୍ତୁ ବୋଲି କହିଥିଲେ । ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ମହାବିଦ୍ୟାଳୟ ର ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟ ଯୋଗଦେଇ କଳାର ଉତ୍ତକର୍ଷତାର ପ୍ରାନ୍ତ ଉତ୍କଳ ପ୍ରାନ୍ତ । ନିଜର କଳା ପାଇଁ ହିଁ ବିଶ୍ୱରେ ପ୍ରସିଦ୍ଧି  ଲାଭକରିଥିଲା । ସହରୀ କରଣ  ପ୍ରଭାବରେ ଯଦି ଏହାର ଗତି ମନ୍ଥର ହୋଇଯାଇଥିଲେବି ମୋ ଗାଁ ଓ ଏହି ପଲ୍ଲି ରେ ସେ କଳା ଜୀବିତ ରହିଥିବା କହିଥିଲେ । ଅନ୍ୟତମ ଅତିଥି ରୂପେ ପୁର୍ବତନ ନଗରପାଳ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟା ରାଣୀ ଦଳେଇ ଯୋଗଦେଇ କଳା ଓ ସଂସ୍କୃତି କୁ ବଞ୍ଚାଇବା ଓ କଳାକାରଙ୍କୁ ସମ୍ମାନଦେବାରେ  ଅନୁଷ୍ଠାନର ପ୍ରୟାସ କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ କୁ  ସଂଯୋଜନା କରିଥିଲେ ଶିକ୍ଷକ କେଦାରସ୍ବର  ପଟ୍ଟନାୟକ । ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ସୁରଜିତ କୁମାର ବେହେରା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବିଶିଷ୍ଟ ରାଜନୈତିଜ୍ଞ କିଶୋର ଚନ୍ଦ୍ର ପଲେଇ, ଓ ଭ୍ରମର ଦଳେଇ, ମନୋଜ ଦାସମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ସାହୁ, ଜଗନ୍ନାଥ ଦୋରା, କିଶୋର ଚନ୍ଦ୍ର ବେହେରା, ପ୍ରମୁଖ ଙ୍କୁ ସଂମ୍ମାନୀତ କରାଯାଇଥଲା ।ଚଳଚିତ୍ର ନିର୍ଦ୍ଦେଶକ ମନୋଜ ଦାସମହାପାତ୍ର ଙ୍କ ନିର୍ଦ୍ଦେଶତି ପ୍ରାମାଣିକ ଚଳଚ୍ଚିତ୍ର ” ପରିବର୍ତ୍ତନର ସମୟ ଏବଂଚେତନା”   ଶୁଭାରମ୍ଭ କରିଥିଲେ  ଅତୀର୍ଥ ମାନେ । ଏହାକୁ ସମାଜସେବୀ ପଞ୍ଚାନାନ ଖଟୁଆ, ଶେଷଦେଵବେହେରା ପ୍ରମୁଖ ପରିଚାଳନା କରିଥିବାବେଳେ ଗ୍ରାମବସି ସହଯୋଗ କରିଥିଲେ ।ଦୂତୀୟ ଅଧିବେଶନ ତଥା  ସଂସ୍କୃତିକ ସନ୍ଧ୍ୟା କୁ ପୁର୍ବତନ ସଂସ୍କୃତିଅଧିକାରୀ କୃଷ୍ଣଚନ୍ଦ୍ର ନିଶାଙ୍କ ଉଦଘାଟିନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରାମାଣୀକ ଚଳଚ୍ଚିତ୍ର ପଦର୍ଶିତ ହୋଇଥିଲା ।ଏହି  ମହୋଉତ୍ସବ ତିନିଦିନିଧରି ଚାଲିବାକୁ ଥିବା ବେଳେ, ଏହା ଦେଖିବା ପାଇଁ  ଆଖ ପାଖ ଅଞ୍ଚଳରୁଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ